ମା’ ଭଦ୍ରକାଳୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ରୌପ୍ୟ ଜୟନ୍ତୀ ସମାରୋହକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟିଲେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଭଦ୍ରକର ଐତିହାସିକ କାଳୀପୂଜା ଅବସରରେ ମା’ ଭଦ୍ରକାଳୀଙ୍କ ପବିତ୍ର ପୀଠରେ ଆୟୋଜିତ ସପ୍ତଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ରୌପ୍ୟ ଜୟନ୍ତ
ମା’ ଭଦ୍ରକାଳୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ରୌପ୍ୟ ଜୟନ୍ତୀ ସମାରୋହକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ


ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟିଲେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର

ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଭଦ୍ରକର ଐତିହାସିକ କାଳୀପୂଜା ଅବସରରେ ମା’ ଭଦ୍ରକାଳୀଙ୍କ ପବିତ୍ର ପୀଠରେ ଆୟୋଜିତ ସପ୍ତଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ପାଇଁ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି।

ବିଧାୟକ ଶ୍ରୀ ମହାପାତ୍ର ଏହି ଅବସରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ମହାପାତ୍ର, ସୁରେଶ ପୂଜାରୀ ଓ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଭେଟି ମହାଯଜ୍ଞ ଓ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହି ସପ୍ତଦିବସୀୟ ମହାଯଜ୍ଞ ମା’ ଭଦ୍ରକାଳୀଙ୍କ ଆଶୀର୍ବାଦରେ ବିଶ୍ୱଶାନ୍ତି, ଲୋକକଲ୍ୟାଣ ଓ ସମାଜର ମଙ୍ଗଳର ବାର୍ତ୍ତା ପ୍ରସାର କରୁ ବୋଲି ବିଧାୟକ ଶ୍ରୀ ମହାପାତ୍ର କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande