ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା : ୪୧ଟି ପୂଜା ମଣ୍ଡପରେ ମା'ଙ୍କ ଆରାଧନା
ଢ଼େଙ୍କାନାଳ, ୨୫ ଅକ୍ଟୋବର (ହି.ସ.)- ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା ଗଜଲକ୍ଷ୍ମୀ । ଓଡ଼ିଶାର ପ୍ରସିଦ୍ଧ ପୂଜା ସ୍ଥଳରେ ଉତ୍ସବ ବହୁ ଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି । ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ଉତ୍ସବମୁଖର ହୋଇଉଠିଛି ।
ଗଜଲକ୍ଷ୍ମୀ (ଫାଇଲ ଫୋଟୋ)

ଚଳିତ ବର୍ଷ ଢେଙ୍କାନାଳରେ ପ୍ରାୟ ୪୧ଟି ପୂଜା ମଣ୍ଡପରେ ମା'ଙ୍କ ଆରାଧନା କରାଯାଉଛି । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ମଣ୍ଡପ । ପାରମ୍ପରିକ କପଡ଼ାରେ ତୋରଣ, ରଙ୍ଗାରଙ୍ଗ ମୀନା ବଜାର ଏବଂ କୈବଲ୍ୟ ବଜାର ଓ ଦେଉଳସାହି ଭଳି ମଣ୍ଡପରେ ଚାନ୍ଦି ମେଢ଼ ଏହାର ମୁଖ୍ୟ ଆକର୍ଷଣ । ଏଥିସହ ଜିଲ୍ଲାର ପୁରପଲ୍ଲୀରେ ଲୋକେ ଏହି ଉତ୍ସବକୁ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି ।

ଗଜଲକ୍ଷ୍ମୀ ସ୍ୱରୂପରେ ମା'ଙ୍କ ଦୁଇ ପାର୍ଶ୍ୱରେ ଦୁଇଟି ହାତୀ ଅଭିଷେକ କରୁଥିବା ଦେଖିବାକୁ ମିଳେ । ଏହା ଧନ, ଧାନ୍ୟ ଓ ସମୃଦ୍ଧିର ପ୍ରତୀକ । ମା'ଙ୍କ ପାଖରେ ମୁଖ୍ୟତଃ ଖଇ, ଗୁଡ଼, କଦଳୀ ଏବଂ ନଡ଼ିଆ କୋରା ଆଦି ଭୋଗ ଲଗାଯାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande