
ହରିଚନ୍ଦନପୁର, ୨୫ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଲକ୍ଷ୍ମୀ କମିଟି ପକ୍ଷରୁ ୫୧ ତମ ମା' ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ମାଙ୍କ ପୂଜା ନିଆରା ଢଙ୍ଗରେ ବଡ଼ ଧୁମ୍ ଧାମର ସହ ରିତିନୀତିରେ ପାଳନ କରାଯାଇଛି। ରବିବାର ସକାଳ ୭ଟା ୩୦ ସମୟରେ ପୂଜା ମଣ୍ଡପ ଠାରୁ ଢ଼ୋଲ ବାଜା, କୀର୍ତ୍ତନ, ଘଣ୍ଟ, ଶଙ୍ଖ ବଜାଇ ମୂଷଳ ନଦୀ ନିକଟରେ କଳସ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ଏକ ଶୋଭଯାତ୍ରାରେ ମଣ୍ଡପ ପର୍ଯ୍ୟନ୍ତ କଳସ ଆମନ୍ତ୍ରଣ କରାଯାଇଥିଲା। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ଏହା ସହ ମିନା ବଜାର ଓ ପ୍ରତ୍ଯକ ଦିନ ମା'ଙ୍କ ପ୍ରସାଦ ସେବନ ଶହ ଶହ ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ବସନ୍ତ କୁମାର ପୃଷ୍ଟି, କାର୍ଯ୍ୟକାରୀ ସଭାପତି କ୍ଷୀରୋଦ ଚନ୍ଦ୍ର ସାହୁ, ଉପସଭାପତି ଚ୍ଛଦିପ୍ କୁମାର ବ୍ରହ୍ମ, ସମ୍ପାଦକ ପ୍ରଦୋଷ କୁମାର ଜେନା, କୋଷାଧ୍ୟକ୍ଷ ସତ୍ୟାନନ୍ଦ ସାହୁ, ନିରଞ୍ଜନ ସାହୁ, ବରିଷ୍ଠ ସଦସ୍ୟ ଟଙ୍କଧର ବିଶ୍ବାଳ, ସୁରଥ ଚନ୍ଦ୍ର ସାହୁ, କର୍ତ୍ତା ଦିବ୍ୟଜ୍ୟୋତି ସାହୁ, ମୋନାଲିସା ସାହୁ, ପୂଜକ ଧନୁର୍ଜୟ ପତି, ହିମାଂଶୁ ମିଶ୍ର, କୃଷ୍ଣ ଚନ୍ଦ୍ର ପାଢ଼ୀ, ଧବଳି ଚରଣ ପତି, ବିଧୁ ଭୂଷଣ ରାୟ, ଅଶୋକ ପଣ୍ଡା, କର୍ମକର୍ତ୍ତା ଶ୍ରୀଧର ବିଶ୍ବାଳ, ଦିପକ ସାହୁ, ଆଦିତ୍ୟ ମହାପାତ୍ର, ତ୍ରିଲୋଚନ ସାହୁ, ବଳରାମ ସାହୁ, ସଞ୍ଜୀବ ସାହୁ, ରଞ୍ଜନ ସାହୁ, ଅଭୟ ସାହୁ, ନାରାୟଣ ସାହୁ, ଶରତ ସାହୁ, ନନ୍ଦ କିଶୋର ସାହୁ, ଦୁଷ୍ମନ୍ତ ସାହୁ, ହେମନ୍ତ ସାହୁ, ଆନନ୍ଦ ସାହୁ, ସୁକାନ୍ତ ସାହୁ, ସୁଦର୍ଶନ ପାଇକରାୟ, ପ୍ରଦ୍ୟୁମ୍ନ କୁମାର ସାହୁ, ଲିକୁ ସାହୁ, ଅରବିନ୍ଦ ମାଇତି, ସାଗର ବିଶ୍ବାଳ, କ୍ରିଷ୍ଣା ସାହୁ ପ୍ରମୁଖ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଏହାସହ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା, ଭକ୍ତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ