
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଛନ୍ତି।
ଏନେଇ ଡା. ମହାଲିଙ୍ଗ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆର୍ବିଆଇର ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି।
---------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ