
ଗଞ୍ଜାମ, ୨୫ ଅକ୍ଟୋବର (ହି.ସ.)- ଜୁଆ ଖେଳ ବିରୋଧରେ ପୋଲିସର ଚଢ଼ାଉ ଜାରି ରହିଥିବା ବେଳେ କେ. ନୂଆଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଜୁଆ ଖେଳ ସମ୍ପର୍କିତ ଦୁଇଟି ମାମଲା ରୁଜୁ କରାଯିବା ସହ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଜୁଆ ଖେଳ ଚାଲିଥିବା ଖବର ପାଇ କେ. ନୂଆଗାଁ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାରେ କେ. ନୂଆଗାଁ ଥାନାରେ କେସ୍ ନମ୍ବର ୨୪୯/୨୬ ଓ ୨୫୦/୨୬ ଅନୁଯାୟୀ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ (OPG Act) ଅନୁସାରେ ଦୁଇଟି ମାମଲା ରୁଜୁ ହୋଇଛି। ଚଢ଼ଉ ସମୟରେ ପୋଲିସ ୧୪ ହଜାର ୯୦ ଟଙ୍କା ନଗଦ ଅର୍ଥ, ୪ଟି ମୋବାଇଲ ଫୋନ୍ ଓ ୨ଟି ତାରପୋଲିନ୍ ଜବତ କରିଛି। ଗିରଫ ୧୪ ଜଣଙ୍କୁ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ପାଇଁ ପଠାଯାଇଛି। ଜବତ ସାମଗ୍ରୀଗୁଡ଼ିକୁ ଥାନାରେ ଜମା କରାଯାଇଛି।
ଅଞ୍ଚଳରେ ଜୁଆ ଖେଳ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ପୋଲିସର ଚଢ଼ଉ ଜାରି ରହିବ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ