
ଗଂଜାମ, 27 ଅକ୍ଟୋବର (ହି.ସ.) ଗଞ୍ଜାମ ଜିଲ୍ଲାରେ ଅର୍ଣଵର ପ୍ରଭାବ ଦେଖା ଦେଇଛି। ଗତକାଲି ରାତିରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଵର୍ଷାଆରମ୍ଭ ହୋଇ ଯାଇଛି। ଆକାଶ ମେଘାଚ୍ଛନ୍ନ ରହିଛି , ସକାଳ ଆଠଟା ସୁଦ୍ଧା ବାତ୍ୟା ଗୋପାଳ ପୁର ଠାରୁସମୁଦ୍ର ରେ ୩୮୦ କିଲୋମିଟର ଦୂରରେ ରହିଛି।ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ସ୍ଥଳ ଭାଗକୁ ମାଡି ଆସୁଛି। ଜିଲ୍ଲା ର ଲୋକେଭୟଭୀତହୋଇ ରହିଛନ୍ତି। ତେବେ ବାତ୍ୟାର ମୁକାବିଲା ପାଇଁ ଜିଲାପ୍ରଶାସନ ଜାଗତିଆର ରହିଛି। ଖାଲୁଆ ଅଞ୍ଚଳ ଓ କଚାଘରେ ରହୁଥିବା ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ଥଇଥାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ