ହତ୍ୟା ଉଦ୍ୟମ ମାମଲାରେ ଅଭ୍ୟାସଗତ ଅପରାଧୀ ଗିରଫ, ଖଣ୍ଡା ଜବତ
ଗଂଜାମ, 03 ଅକ୍ଟୋବର (ହି.ସ.) ବଡ଼ବଜାର ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଋତୁରଞ୍ଜନ ଲିମ୍ମା ଓରଫ ଚିକୁ ଲିମ୍ମା (୩୬), ପିତା- ମନୋରଞ୍ଜନ ଲିମ୍ମା, ଧନମେରା ସାହି, ବଡ଼ବଜାର ଗିରଫ କରାଯାଇଛି । ତାଠାରୁ ଅପରାଧରେ ବ୍ୟବହୃତ ଲୁହା
Qeryyu


ଗଂଜାମ, 03 ଅକ୍ଟୋବର (ହି.ସ.) ବଡ଼ବଜାର ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଋତୁରଞ୍ଜନ ଲିମ୍ମା ଓରଫ ଚିକୁ ଲିମ୍ମା (୩୬), ପିତା- ମନୋରଞ୍ଜନ ଲିମ୍ମା, ଧନମେରା ସାହି, ବଡ଼ବଜାର ଗିରଫ କରାଯାଇଛି । ତାଠାରୁ ଅପରାଧରେ ବ୍ୟବହୃତ ଲୁହା ଖଣ୍ଡା ଜବତ ହୋଇଛି। ଗତ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭:୩୦ରେ ଅଭିଯୁକ୍ତ ବଡ଼ ଭାଇ ଶିଶିର ରଞ୍ଜନ ଲିମ୍ମାଙ୍କୁ ଧନମେରା ସାହିରେ ମୋବାଇଲ ମାଗି ନ ପାଇ ଗାଳି ଦେଇଥିଲା। ଭାଉଜ ବୁଝାଇବାକୁ ଆସିବାରୁ ତାଙ୍କୁ ଲାଠିରେ ପିଟି ବାମ କାନ୍ଧରେ ଆଘାତ କରିଥିଲା, ଅଭିଯୋଗକାରୀ ବଞ୍ଚାଇବାକୁ ଆସିବାରୁ ଖଣ୍ଡାରେ ହତ୍ୟା ଉଦ୍ୟମ କରିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିବାରୁ ଖଣ୍ଡା ପକାଇ ଧମକ ଦେଇ ଫେରାର ହୋଇଯାଇଥିଲା।

ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଖଣ୍ଡା ଜବତ କରିଛି। ଅଭିଯୁକ୍ତ ନିୟମିତ ନିଶା ସେବନ ଓ ସ୍ଥାନୀୟ ଲୋକଙ୍କୁ ଧମକାଉଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande