
ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- ଗୋଳନ୍ଥରା ଥାନା ଅଞ୍ଚଳରେ ଯୌତୁକ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
ଗୋଳନ୍ଥରା ଥାନା କେସ ନଂ ୩୯୮ ତା ୦୧.୧୦.୨୦୨୬ ୟୁ/ଏସ ୮୫/୮୦(୨)/୧୦୩(୧)/୩(୫) ବିଏନଏସ ସହ ସେକ୍ସନ ୪ ଡିପି ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ମାନସ ରଞ୍ଜନ ଦକ୍ଷିଣକବାଟ (୩୬), ପିତା- ଗୋଳକ ବିହାରୀ ଦକ୍ଷିଣକବାଟ, ମୂଳ ଗାଁ ବାଙ୍କୋଇ, ବୋଲଗଡ, ଖୋର୍ଦ୍ଧା, ବର୍ତମାନ ରାଣ୍ଢା, ଗୋଳନ୍ଥରାରେ ରହୁଛନ୍ତି। ଅଭିଯୋଗକାରୀ ଉପେନ୍ଦ୍ର କୁମାର ରାଉତଙ୍କ ଝିଅ ଅମ୍ବ୍ରିକା ପ୍ରିୟଦର୍ଶିନୀ ରାଉତଙ୍କ ବିବାହ ୦୩.୦୬.୨୦୨୦ରେ ହୋଇଥିଲା। ବିବାହ ସମୟରେ ୩ ଲକ୍ଷ ଟଙ୍କା, ସୁନା, ରୂପା ଗହଣା ଓ ପରେ ଆହୁରି ୨ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା। ତଥାପି ଅଧିକ ଯୌତୁକ ଦାବିରେ ସ୍ୱାମୀ ଓ ଶାଶୁଘର ଲୋକେ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ। ୨୩.୦୯.୨୦୨୬ ରାତି ୯ଟା ୩୦ରେ ସ୍ୱାମୀ ନିଶାରେ ଆସି ପତ୍ନୀଙ୍କୁ ମାଡ ମାରି ଗୁରୁତର ଆହତ କରିଥିଲା। ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୩୦.୦୯.୨୦୨୬ ରାତି ୧୧ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅଭିଯୋଗ ପରେ ପୁଲିସ କେସ ରୁଜୁ କରି, ଘଟଣାସ୍ଥଳ ପରିଦର୍ଶନ ସହ ସାଇଣ୍ଟିଫିକ ଟିମ୍ ଦ୍ୱାରା ପ୍ରମାଣ ସଂଗ୍ରହ କରିଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ, ପୋଷାକ ଓ ବାୟୋଲୋଜିକାଲ ନମୁନା ସଂଗ୍ରହ କରି ଅଭିଯୁକ୍ତକୁ ଗିରଫ କରି ଜେଏମଏଫସି (ଆର)
କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ