
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ତାଙ୍କ ସହ ରାଜ୍ୟ ବିଜେପିର ସହପ୍ରଭାରୀ ଡ. ସ୍ୱଦେଶ ସିଂ ମଧ୍ୟ ଓଡ଼ିଶା ଆସୁଛନ୍ତି।
ଗସ୍ତ ସମୟରେ ପ୍ରଭାରୀ ଓ ସହପ୍ରଭାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ବିଜେପି ରାଜ୍ୟ ସଭାପତିଙ୍କ ସହ ମଧ୍ୟ ସାଙ୍ଗଠନିକ ଓ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବେ।
ଏହାସହ ଦଳର ବରିଷ୍ଠ ନେତାମାନଙ୍କ ସହ ପ୍ରଭାରୀ ଓ ସହପ୍ରଭାରୀଙ୍କ ବୈଠକ ହେବ। ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ମଧ୍ୟ ସେମାନେ ବୈଠକ କରି ସାଙ୍ଗଠନିକ ସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ। ନୂଆ ପ୍ରଭାରୀଙ୍କ ଏହି ପ୍ରଥମ ଗସ୍ତକୁ ନେଇ ରାଜ୍ୟ ବିଜେପି ମହଲରେ ଗୁରୁତ୍ୱ ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ