ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ରାଜ୍ୟ ସରକାର ଦେବେ ପୁରସ୍କାର
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) : ୨୦୨୬ ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳର ଖେଳାଳିମାନଙ୍କ ପାଇଁ ୧୧-୧୧ ଲକ୍ଷ ଟଙ୍କା ଏବଂ ସହଯୋଗୀ ଷ୍ଟାଫ୍ଙ୍କ ପାଇଁ ୫.୫-୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.) : ୨୦୨୬ ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳର ଖେଳାଳିମାନଙ୍କ ପାଇଁ ୧୧-୧୧ ଲକ୍ଷ ଟଙ୍କା ଏବଂ ସହଯୋଗୀ ଷ୍ଟାଫ୍ଙ୍କ ପାଇଁ ୫.୫-୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଦଳକୁ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ଖେଳାଳିମାନଙ୍କ ଦୃଢ଼ ସଂକଳ୍ପ, ପ୍ରତିବଦ୍ଧତା ଏବଂ ଉତ୍କୃଷ୍ଟ କ୍ରୀଡ଼ା ମନୋଭାବର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଦଳର ଏହି ସଫଳତା ଦେଶର ଗୌରବ ବଢ଼ାଇଛି।

ଭାରତୀୟ ହକି ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଓଡ଼ିଶା ସରକାର କହିଛନ୍ତି ଯେ, କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ଉତ୍କୃଷ୍ଟ ପ୍ରଦର୍ଶନକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ସହଯୋଗ ଜାରି ରଖିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande