ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ: ଦର୍ଶକଙ୍କ ମନ ମୋହିଲେ କଳାକାର
Namo Seva Gatha in Phulbani Gandhi Smruti Bhawan
ଫୋଟ ୨


ଫୋଟ


କନ୍ଧମାଳ , ୦୬ ଅକ୍ଟୋବର (ହି.ସ.) କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ, ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ସୋମବାର ସଂନ୍ଧ୍ଯାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଠିର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ବିଶିଷ୍ଟ ସମାଜସେବୀ ପଣ୍ଡିତ ବିଶିମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନଙ୍କ ଦ୍ୱାରା ନାଟକଟି ଅତ୍ୟନ୍ତ ନିଖୁଣ ଓ ମନୋରଞ୍ଜନପୂର୍ଣ୍ଣ ଶୈଳୀରେ ପରିବେଷଣ କରାଯାଇଥିଲା। ହସ-ଖୁସି ଓ ସାମାଜିକ ବାର୍ତ୍ତା ମାଧ୍ୟମରେ କଳାକାରମାନେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ। ଫୁଲବାଣୀ ସହରର ବହୁ ବୁଦ୍ଧିଜୀବୀ, ସାଧାରଣ ଜନସାଧାରଣଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ନାଟକକୁ ଭରପୂର ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମଟି ବେଶ୍ ଉତ୍ସାହ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande