ଫୁଲବାଣୀରେ ୩୮ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ
38th Children's Sports Fungsion in Phulbani
ଫୋଟ ୨


ଫୋଟ


କନ୍ଧମାଳ, ୧୪ ନଭେମ୍ବର(ହି.ସ.) – ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗତ ୧୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ତିନିଦିନ ଧରି ୩୮ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଫୁଲବାଣୀ ପୌର ପରିଷଦ ଅଂଚଳର ୧୬ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫୨୪ ଜଣ ଶିଶୁ କ୍ରୀଡ଼ାବିତ୍ ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ପାୟଲ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କ୍ରୀଡ଼ାବିତମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଖେଳିବା ପାଇଁ ଶପଥ ପାଠ କରାଇଥିଲେ।

ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ବିଜୟ କୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପାନୀ ଉତ୍ସବରେ ସହରାଂଚଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଓ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃତୀ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ୟାମି ସୋଫିଆ ନାୟକଙ୍କୁ ଶ୍ରାବଣୀ ନନ୍ଦ କ୍ରୀଡ଼ା ସମ୍ମାନ ଓ ଆରିସ୍ମା ସେଠୀଙ୍କୁ ନମିତା କବାଟ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କ୍ରୀଡ଼ା ଉତ୍ସବକୁ ପ୍ରଶାନ୍ତ କୁମାର ଦାଶ, କୈଳାଶ ଚନ୍ଦ୍ର ମିଶ୍ର, ବନବିହାରୀ ନନ୍ଦ, ଦିଲୀପ କୁମାର ବାଘ, ବିପିନ ବିହାରୀ ପଟ୍ଟନାୟକ, ପରିଚାଳନା କରିଥିଲେ। ମୋଚିରାମ ମିଶ୍ର, କିଶୋର ଚନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ମହାପାତ୍ର, ସତ୍ୟବ୍ରତ ପାତ୍ର, ପ୍ରଭାତ କୁମାର ଦାସ, ଯୁଧିଷ୍ଠିର ମହାନ୍ତି ପ୍ରଭୃତି ଅନାନ୍ୟ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ପରିଷଦର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande