
କନ୍ଧମାଳ , ୧୪ ନଭେମ୍ବର (ହି.ସ.)
ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ମହାନ୍ତିଙ୍କ ଆଜି ଅପରାହ୍ନରେ, ଭୁବନେଶ୍ଵର ଠାରେ,ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସେ ସେପ୍ଟିସେମିଆ ରୋଗରେ ପୀଡିତ ଥିଲେ। ତତ୍କାଳୀନ ଫୁଲବାଣୀ ଜିଲ୍ଲା ରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ୧୯୮୮ ମସିହାରୁ ଜନତା ଦଳର ଜଣେ ଯୁବ ନେତା ଭାବେ ରାଜନୈତିକ ସ୍ତରରେ ବେଶ୍ ପରିଚିତ ଥିଲେ। ପରେ ବିଜୁ ଜନତା ଦଳର ମଧ୍ୟ ଜଣେ ଆଗ ଧାଡ଼ିର ନେତା ଭାବରେ ପରିଚିତ ଥିଲେ ବର୍ତମାନ୍ ମଧ୍ୟ ସେ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ତଥା ଲୋକସମ୍ପର୍କ କୁ ଗୁରୁତ୍ବ ଦେଉଥିବା ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏଥି ସହିତ ସେ ଜଣେ ସ୍ବେଛାକୃତ ରକ୍ତଦାତା ମଧ୍ୟ ଥିଲେ । ପୂରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଏହି ଅକାଳ ବିୟୋଗ ରେ ପୁର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା,ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ବିଜୁ ଜନତା ଦଳର ପୁର୍ବତନ ସଭାପତି ଶ୍ରୀ ସରୋଜ କର୍ଣ୍ଣ,ଶ୍ରୀ ବିମଳେନ୍ଦୁ ପାଢ଼ୀ,ଦଳର ରାଜ୍ୟ ସମ୍ପାଦକ କୈଳାସ ମୁଖୀ, ଜିଲ୍ଲା ସମ୍ପାଦକ ରାଧାମୋହନ ମହାପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏଥି ସହିତ ଦଳର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମହଲରେ ଶୋକର ଛାୟା ଖେଳିଯାଇଛି। ଫୁଲବାଣୀ ର ବରିଷ୍ଠ ସାମ୍ବାଦିକ ଅରୁପ କୁମାର ଜେନା,ସୂନୀଲ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା ତଥା ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ