ଠକେଇ ମାମଲା ରେ ଜଣେ ଗିରଫ
କେନ୍ଦୁଝର, 14 ନଭେମ୍ବର (ହି.ସ.) ଘଟଗାଁ ଥାନା ଅଞ୍ଚଳ ଭଣ୍ଡାରିପଶି ଗ୍ରାମର ଯୋଗେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କୁ ଗାଡ଼ି କିଣେଇ ଦେବ କହି ୫ ଲକ୍ଷ ୪୦ ହଜାର ଟଙ୍କା ଋଣ କରାଇବା ପରେ ସେହି ଋଣ ଅର୍ଥ କୁ ଚଂଚକତା ପୂର୍ଣ୍ଣ ଉପାୟ ରେ ଠକି ନେଇଥିବା ପାଟଣା ବ୍ଲକ୍ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚ
ଠକେଇ ମାମଲା ରେ ଜଣେ ଗିରଫ


କେନ୍ଦୁଝର, 14 ନଭେମ୍ବର (ହି.ସ.)

ଘଟଗାଁ ଥାନା ଅଞ୍ଚଳ ଭଣ୍ଡାରିପଶି ଗ୍ରାମର ଯୋଗେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କୁ ଗାଡ଼ି କିଣେଇ ଦେବ କହି ୫ ଲକ୍ଷ ୪୦ ହଜାର ଟଙ୍କା ଋଣ କରାଇବା ପରେ ସେହି ଋଣ ଅର୍ଥ କୁ ଚଂଚକତା ପୂର୍ଣ୍ଣ ଉପାୟ ରେ ଠକି ନେଇଥିବା ପାଟଣା ବ୍ଲକ୍ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମେଣା ଗ୍ରାମର ଭୋଳେଶ୍ୱର ମହାନ୍ତ (୩୪) ଙ୍କୁ ପୋଲିସ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଘଟଗାଁ ଥାନା ରେ ୧୨/୨୦୨୩ମୂଳେ ଏକ ମାମଲା ରୁଜୁ ହୋଇ ଥିବା ବେଳେ ଭୋଳେଶ୍ୱର ଫେରାର ଥିଲେ, ଢେଙ୍କିକୋଟ ବିଟ୍ ଅଧିକାରୀ ଘଟଣା ର ତଦନ୍ତ କରୁଥିବା ବେଳେ ପାରାଦ୍ଵୀପ ରେ ରହୁଥିବା ଭୋଳେଶ୍ୱର ମହାନ୍ତ ଙ୍କୁ ଗିରଫ କରିଛି ପୋଲିସ। ଭୋ ଳେଶ୍ୱର ନାମରେ ତୁରୁମୁଙ୍ଗା ଥାନା ରେ ମଧ୍ୟ ଅନୁରୂପ ଭାବେ ଠକେଇ ଅଭିଯୋଗ ଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande