ଏଲି ମେଣ୍ଟାରି ଶିକ୍ଷକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ସଭା
କେନ୍ଦୁଝର, 14 ନଭେମ୍ବର (ହି.ସ.) ଘଟଗାଁ ବ୍ଲକ ଏଲିମେଣ୍ଟାରି ଶିକ୍ଷକ ସଂଘ ତରଫରୁ ଘଟଗାଁ ବ୍ଲକ ରୁ ଉତ୍ତୀର୍ଣ୍ଣ ହୋଇଥିବା ମେଧା ବୃତ୍ତି ଓ ଅନ୍ୟାନ୍ୟ କୃତୀ ଛାତ୍ରଛାତ୍ରୀ ଙ୍କୁ ଶିଶୁ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି।ଆଜି ଢେଙ୍କିକୋଟ ଉପ୍ରା ବିଦ୍ୟାଳୟ ରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ
Alementry


କେନ୍ଦୁଝର, 14 ନଭେମ୍ବର (ହି.ସ.)

ଘଟଗାଁ ବ୍ଲକ ଏଲିମେଣ୍ଟାରି ଶିକ୍ଷକ ସଂଘ ତରଫରୁ ଘଟଗାଁ ବ୍ଲକ ରୁ ଉତ୍ତୀର୍ଣ୍ଣ ହୋଇଥିବା ମେଧା ବୃତ୍ତି ଓ ଅନ୍ୟାନ୍ୟ କୃତୀ ଛାତ୍ରଛାତ୍ରୀ ଙ୍କୁ ଶିଶୁ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି।ଆଜି ଢେଙ୍କିକୋଟ ଉପ୍ରା ବିଦ୍ୟାଳୟ ରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଘଟଗାଁ ବ୍ଲକ ଶିକ୍ଷକ ସଂଘ ର ସଭାପତି ରମେଶ ଚନ୍ଦ୍ର ମହାନ୍ତ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ପରିଚାଳକ ତଥା ଶିକ୍ଷକ କୁଳମଣି ମଣ୍ଡଳ ଯୋଗ ଦେଇ ଶିଶୁ ପ୍ରତିଭା ବିଷୟରେ ଆଲୋକ ପାତ କରିବା ସହିତ ଶିକ୍ଷକ ସଂଘ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଏଥିରେ ଶିକ୍ଷକ ସଂଘର ଉପଦେଷ୍ଟା ସୁବର୍ଣ୍ଣ କୁମାର ପଲେଇ ସଭା ପରିଚାଳନା କରିଥିଲେ।ଉକ୍ତ ସଭାରେ ଶିକ୍ଷକ ସଂଘର ଉପ ସଭାପତି ସ୍ମୁତି ରେଖା ପଣ୍ଡା ,ଶିକ୍ଷକ ଅମୂଲ୍ୟ କୁମାର ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଏହା ବ୍ୟତୀତ ଶିକ୍ଷକ ଯଯାତି କିଶୋରୀ ବେଜ୍,ଅଶୋକ କୁମାର ବେଜ୍,ଶ୍ରୀମନ୍ ସ୍ମିତା ପୃଷ୍ଟି ,ରମେଶ ଓଝା,ପ୍ରଭାତ ମହାନ୍ତ,ପ୍ରଶାନ୍ତ କୁମାର ବେହେରା, କୁହ୍ଲିଆ ନାଏକ,ଦାଶରଥି ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶେଷରେ କୃତୀ ମେଧାଵୀ ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କୃତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande