
କେନ୍ଦୁଝର, 14 ନଭେମ୍ବର (ହି.ସ.)
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ବଜାର ରାସ୍ତା ର ପଞ୍ଚାୟତ ନିକଟରେ ଏକ ବାଇକ୍ ଦୁର୍ଘଟଣା ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କାଶିବେଡା ଗ୍ରାମର ବସନ୍ତ ରାଉତ ଙ୍କ ପୁତ୍ର ନିତିଶ କୁମାର ରାଉତ (୨୩) ବୋଲି ଜଣାପଡିଛି। ସେ ବଜାର ରୁ ଗତ ବିଳମ୍ବିତ ସନ୍ଧ୍ୟା ରେ ବାଇକ୍ ଯୋଗେ ଘରକୁ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ କାର ଲାଇଟ୍ ର ଲାଇଟ ପଡିବାରୁ ରାସ୍ତା ରେ ଯାଉଥିବା ଢେଙ୍କିକୋଟ ର ସାରଙ୍ଗଧାର ସାହୁ(୭୪) ଙ୍କ ପଛରେ ଧକ୍କା ଦେଇଥିଲା। ଦୁର୍ଘଟଣା ରେ ସାରଙ୍ଗଧର ଙ୍କ ଗୋଟିଏ ଗୋଡ ଚୁର ମାର ହୋଇଯିବା ସହ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା ।ଅନ୍ୟ ପକ୍ଷରେ ବାଇକ ଚାଳକ ନୀତିଶ ବାଇକ ରୁ ଛିଟିକି ପଡ଼ିବାରୁ ତାଙ୍କ ଛାତି ଓ ମୁଣ୍ଡ ରେ ମଧ୍ୟ ଆଘାତ ଲାଗିଥିଲା ।ସେଠାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କେନ୍ଦୁଝର ଓ ପରେ କଟକ ନିଆଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ଯୁବକ ଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA