ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ନେଇ ସଚେତନତା
ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଏନେଇ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା କାଲିମେଳାରେ ଶ୍ରମ ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଶୁକ୍ରବାର ଦିନ ଏକ ମିଳିତ ଚଢ଼ଉ ଓ ସଚେତନତା ଅଭିଯାନ କରାଯାଇଛି। ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନ
ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ନେଇ ସଚେତନତା


ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଏନେଇ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା କାଲିମେଳାରେ ଶ୍ରମ ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଶୁକ୍ରବାର ଦିନ ଏକ ମିଳିତ ଚଢ଼ଉ ଓ ସଚେତନତା ଅଭିଯାନ କରାଯାଇଛି। ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନାଏକଙ୍କ ନେତୃତ୍ୱରେ ଏହି ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଅଭିଯାନ ସମୟରେ କାଲିମେଳାର ବିଭିନ୍ନ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟସ୍ଥଳୀରେ ଯାଞ୍ଚ କରାଯାଇଥିଲା। ବ୍ୟବସାୟୀ ଓ ପ୍ରତିଷ୍ଠାନ ମାଲିକମାନଙ୍କୁ ଶିଶୁ ଶ୍ରମ ନିରୋଧ ଆଇନ ସମ୍ପର୍କରେ ସଚେତନ କରାଯିବା ସହ ଶିଶୁମାନଙ୍କୁ କାମରେ ନିୟୋଜିତ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande