ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ବିଜେଡିର ବିରୋଧ
ମାଲକାନଗିରି , ୧୪ ନଭେମ୍ବର (ହି.ସ.) - ଆସନ୍ତା କାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛୁ । ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ମାନସିକ ମାଡକାମୀ ଏକ ପ୍ରେ
ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କୁ ବିଜେଡିର ବିରୋଧ


ମାଲକାନଗିରି , ୧୪ ନଭେମ୍ବର (ହି.ସ.) - ଆସନ୍ତା କାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛୁ । ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ମାନସିକ ମାଡକାମୀ ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି ଯେ ମାଲକାନଗିରି ଜିଲ୍ଲାରେ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ବିଜେଡି ଦୀର୍ଘ ବର୍ଷ ଧରି ଲଢେଇ କରି ଆସୁଥିଲା ବେଳେ ବର୍ତମାନ ଓଡିଶା ,ଆନ୍ଧ୍ର ଓ କେନ୍ଦ୍ର ୩ ଇଞ୍ଜିନ ସରକାରରେ ରହି ମଧ୍ୟ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ଆଜି ପର୍ଯ୍ୟନ୍ତ ଗ୍ରାମ ସଭା ନା ପଲ୍ଲୀ ସଭା କି ସେହି ଅଂଚଳର ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ସରକାର କିଛି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ରେ ଥିବା ସମୟରେ ପୋଲାଭରମ୍ ପ୍ରକଳ୍ପ ପାଇଁ ଲଢ଼େଇ କରି ଆସୁଥିଲେ ଏବଂ ବର୍ତମାନ ମଧ୍ୟ ଲଢେଇ ଜାରି ରହିଛି । ଦୁର୍ଭାଗ୍ୟର କଥା ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳର ଲୋକଙ୍କୁ କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବା ପାଇଁ ଉକ୍ତ ଟ୍ରିପଲ ଇଞ୍ଜିନ ସରକାର କିଛି ବ୍ୟବସ୍ଥା କରି ନାହାନ୍ତି । ମାଲକାନଗିରି ସଦରରେ ଥିବା ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ବାବୁ ଉକ୍ତ ବିମାନ ବନ୍ଦରରେ ବାରମ୍ବାର ଅବତରଣ କରୁଥିବା ବେଳେ ଏହି ବିମାନ ବନ୍ଦରକୁ ମଞ୍ଜୁରୀ କରିନଥିବା ଦୁର୍ଭାଗ୍ୟର କଥା । ମାଲକାନଗିରି ଜିଲ୍ଲାର ମାଥିଲି ଠାରୁ ମୋଟୁ ପର୍ଯ୍ୟନ୍ତ ଥିବା ୩୨୬ ନମ୍ବର ଜାତୀୟ ରାଜପଥର ତଳିଆ ସେତୁ ଗୁଡିକୁ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କରି ଥିଲେ । କାରଣ ମାଲକାନଗିରି ଜିଲ୍ଲାର ମାଥିଲି ଠାରୁ ମୋଟୁ ପର୍ଯ୍ୟନ୍ତ ଅନେକ ନଦୀ ନାଳ ରହି ଥିବାରୁ ଗମନାଗମନ ସୁବିଧା ପାଇଁ ଉଚ୍ଚ ସେତୁ ନିର୍ମାଣ କାର?୍ୟ୍ୟ ଆରମ୍ଭ କରିଥିଲେ । ବର୍ତମାନ କିନ୍ତୁ ସେହି କାର?୍ୟ୍ୟଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ମୋହନ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଜିଲ୍ଲା ସ୍ତରୀୟ ନିଯୁକ୍ତି ଦେବା କଥା କହିଥିଲେ ତାହା ମଧ୍ୟ ଭୁଲି ଗଲେ । ମାଲକାନଗିରି ଜିଲ୍ଲାରୁ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟନ୍ତ ଫୋର୍ ଲାଇନ ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ଗତ ବର୍ଷ ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ମହୋତ୍ସବରେ ଘୋଷଣା କରିଥିଲେ ବର୍ତମାନ ଏକ ବର୍ଷ ପୁରି ଥିଲେ ମଧ୍ୟ ଫୋର୍ ଲେନ୍ ରାସ୍ତାର ନାଁ ଗନ୍ଧ ନାହିଁ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜ୍ କରିବା ପାଇଁ ନିଜେ ଭାଷଣରେ ଘୋଷଣା କରିଥିଲେ କିନ୍ତୁ ତାହା ମଧ୍ୟ ଏ ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ । ମାଲକାନଗିରି ଜିଲ୍ଲାର କୋଣ୍ଡାରେଡ୍ଡି ଛାତ୍ର ଛାତ୍ରୀଙ୍କ ପାଇଁ ଆବାସିକ ଗୃହ ନିମନ୍ତେ ୩ କୋଟି ଟଙ୍କା ଘୋଷଣା କରିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଉକ୍ତ ଛାତ୍ରଛାତ୍ରୀଙ୍କ ଆବାସିକ ଗୃହ ନିର୍ମାଣ ହୋଇ ପାରି ନାହିଁ। ଗତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନବାବୁ ଯୋଗ ଦେଇ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ୨୪୫ କୋଟି ଟଙ୍କାର ୮୮ଟି ପ୍ରକଳ୍ପ ଉଦଘା ଟନ କରିଥିଲେ । ବର୍ତମାନ ଯାଏ ଏହି ପ୍ରକଳ୍ପ କେଉଁଠାରେ ହୋଇଛି ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି ? ଜୟପୁର ଠାରୁ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ରେଳ ରାସ୍ତା ପ୍ରକଳ୍ପକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ନିଜସ୍ୱ ଜମି ୨୫% ବିନା ମୂଲ୍ୟରେ କେନ୍ଦ୍ର ବିଜେପି ସରକାରଙ୍କୁ ଯୋଗାଇ ଥିଲେ ମଧ୍ୟ ବର୍ତମାନ ର ଡବଲ ଇଞ୍ଜିନ ସରକାର ରେଳ ରାସ୍ତା କାର୍ଯ୍ୟକାରୀ କରିପାରି ନାହାନ୍ତି। ଗତବର୍ଷ ବର୍ଷାରେ ମୁଖ୍ୟମନ୍ତ୍ରୀ ମୋହନ ବାବୁ ମାଲକାନଗିରି ଆସି ବନ୍ୟାର କ୍ଷୟକ୍ଷତିର ଆକଳନ କରି କ୍ଷତି ପୂରଣ ଦେବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ଲୋକମାନେ ପାଇନାହାନ୍ତି । ବର୍ତମାନ କିଛି ବୁଢ଼ାବୁଢ଼ିଙ୍କୁ ବାର୍ଦ୍ଧକ୍ୟ ଭତା ନୂଆରେ ପ୍ରଦାନ କରି ବାହାବା ନେଉଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ ଆଜିକୁ ୭ମାସ ବିତିଗଲାଣି ଅନେକ ବୁଢ଼ାବୁଢ଼ି ବାର୍ଦ୍ଧକ୍ୟ ଭତା ପାଇଁ ନାହାନ୍ତି। ପୂର୍ବତନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିର୍ମାଣ ହୋଇଥିବା ବିଲ୍ଡିଂ ଗୁଡିକୁ ରଙ୍ଗ ମାରି ପୁନର୍ବାର ଉଦଘାଟନ କରିଥିବା ବେଳେ ନୂତନ ନିର୍ମାଣ କିଛି ନାହିଁ। ସେହି ପରି ସମସ୍ତ ପୁରୁଣା ଲକ୍ଷ୍ମୀ ବସଗୁଡିକୁ ରଙ୍ଗ ମାରି ପରିବର୍ତନ କରାଯାଇଛି ।

ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ଭୁବନେଶ୍ୱର ବା ପୁରୀ ପ୍ରାୟ ୭୫୦ କିମି ଦୂର ହୋଇଥିବା ବେଳେ ଯାତ୍ରା ଭଡା ଆଶାତୀତ ଭାବେ ବୃଦ୍ଧି କରାଯାଇଛି । ଏଥିରେ ସାଧାରଣ ଜନତା ପ୍ରଭାବିତ ହେବା ସହ ସରକାରୀ ଚାକିରୀ କରୁଥିବା ଲୋକ ମଧ୍ୟ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ତରଫରୁ ଆସନ୍ତା କାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ଙ୍କୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଥିବା ଶ୍ରୀ ମାଡକାମୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande