
ଭୁବନେଶ୍ୱର, ୧୪ ନଭେମ୍ବର (ହି.ସ)- ଭୁବନେଶ୍ୱର ୫୫ ନମ୍ବର ୱାର୍ଡ ଅନ୍ତର୍ଗତ ବିବେକାନନ୍ଦ ମାର୍ଗର ମାଉସୀ ମା ଛକ ଅଂଚଳରେ ବିଏମ୍ ସି ପକ୍ଷରୁ ଏକ ବ୍ୟାପକ ସଫେଇ ଅଭିଯାନ ଆୟୋଜିତ ହୋଇଛି। ଏହି ଅଭିଯାନରେ ମେୟର ସୁଲୋଚନା ଦାସଙ୍କ ସମେତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଡେପୁଟି କମିଶନର, ଜୋନାଲ କମିଶନର, ଆସିଷ୍ଟାଂଟ କମିଶନର ଏବଂ ବିଏମ୍ସିର ଅଧିକାରୀ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅଭିଯାନରେ ରାସ୍ତାକଡ଼ରେ ଥିବା ବେଆଇନ ଦୋକାନଗୁଡ଼ିକୁ ହଟାଇ ସର୍ବସାଧାରଣ ସ୍ଥାନକୁ ଅବରୋଧମୁକ୍ତ କରାଯାଇଥିଲା। ଏଥିସହ ରାସ୍ତାରେ ଯାନବାହନ ଚଳାଚଳକୁ ସୁଗମ ଓ ବାଧାମୁକ୍ତ କରିବା ପାଇଁ ରାସ୍ତାକଡ଼ର ଗଛଗୁଡ଼ିକର ଡାଳ କଟାଯାଇଥିଲା।
ସହରରେ ସ୍ୱଚ୍ଛତା ବଜାୟ ରଖିବା, ରାସ୍ତାକୁ ଅଧିକ ସୁଗମ କରିବା ସହ ନାଗରିକମାନଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା