ଶିଶୁ ଦିବସରେ ବିଏମ୍ସି ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଶିଶୁ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ଦାୟିତ୍ୱପୂର୍ଣ୍ଣ ଆବର୍ଜନା ପରିଚାଳନା ସମ୍ପର୍କରେ ସଚେତନ କରିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମଜାଦାର ଖେଳ, ଫ୍ଲାସ୍ କାର୍ଡ ଏବଂ
rfgerh


ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଶିଶୁ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ଦାୟିତ୍ୱପୂର୍ଣ୍ଣ ଆବର୍ଜନା ପରିଚାଳନା ସମ୍ପର୍କରେ ସଚେତନ କରିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ମଜାଦାର ଖେଳ, ଫ୍ଲାସ୍ କାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ପିଲାମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଯାଇଥିଲା। କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍ ଦାନବ'ର ଉପସ୍ଥିତି ପିଲାମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।ଏହି ଖେଳଭିତିକ ଶିକ୍ଷା ମାଧ୍ୟମରେ ଆବର୍ଜନାର ଚାରି ପ୍ରକାର ବର୍ଗୀକରଣ, ଉପଯୁକ୍ତ ଡଷ୍ଟବିନ୍ ର ବ୍ୟବହାର ଏବଂ ନିଜ ଚାରିପାଖର ପରିବେଶକୁ ସଫା ରଖିବା ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା।

ଶିଶୁମାନଙ୍କ ମଧ୍ୟରେ ଛୋଟବେଳୁ ଉତମ ଆବର୍ଜନା ପରିଚାଳନା ଅଭ୍ୟାସ ଗଢ଼ି ତୋଳିବା ସହ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ଗଠନରେ ସେମାନଙ୍କୁ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande