ବିଏମସି ଅଂଚଳର ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା ବଂଟନ
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟଠାରେ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ବିଏମସି ଅଂଚଳର ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ ରାଜ୍ୟ
gxfgmnm


ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟଠାରେ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ବିଏମସି ଅଂଚଳର ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପ ଦ୍ୱାରା ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଏଣିକି ୬୦ ବର୍ଷ ବୟସ ପୂରଣ କରିବା ମାତ୍ରେ ଯୋଗ୍ୟ ବ୍ୟକ୍ତି ଭତା ପାଇବାର ସୁଯୋଗ ପାଇବେ ଏବଂ ୮୦ ବର୍ଷ ବୟସରେ ବର୍ଦ୍ଧିତ ଭତାର ସୁବିଧା ମଧ୍ୟ ଉପଲବ୍ଧ ହେବ। ବୟୋବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା ମା' ଓ ଭଉଣୀମାନଙ୍କୁ ଆର୍ôଥକ ସହାୟତା ସହ ସମ୍ମାନ ଓ ଆତ୍ମନିର୍ଭରଶୀଳତାର ସହ ଜୀବନଯାପନ କରିବାର ସୁଯୋଗ ଦେବା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତା। ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ସରକାରୀ ସହାୟତା ପହଂଚାଇବା ଆମର ଲକ୍ଷ୍ୟ।

ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ , ବିଏମ୍ସି କମିଶନର ଚଂଚଳ ରଣା , ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ସମେତ କର୍ପୋରେଟର,ବିଏମ୍ସି ଅଧିକାରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande