ଏମଭି-୬୮ ନିକଟରେ ଓଲଟିଲା ମାଲ୍ ବୋଝେଇ କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର କାଲିମେଳା-ପଡ଼ିଆ ଜାତୀୟ ରାଜପଥର ଏମଭି-୬୮ ଗ୍ରାମ ନିକଟରେ ଏକ ମାଲବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁଯାୟୀ,
ଏମଭି-୬୮ ନିକଟରେ ଓଲଟିଲା ମାଲବୋଝେଇ କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର


ମାଲକାନଗିରି, ୧୪ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର କାଲିମେଳା-ପଡ଼ିଆ ଜାତୀୟ ରାଜପଥର ଏମଭି-୬୮ ଗ୍ରାମ ନିକଟରେ ଏକ ମାଲବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ସୂଚନା ଅନୁଯାୟୀ, ବଲାଙ୍ଗୀରରୁ ଟ୍ରେ ବୋଝେଇ କରି ଏକ କଣ୍ଟେନର ବାଙ୍ଗାଲୋର ଅଭିମୁଖେ ଯାଉଥିଲା। ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଏମଭି-୬୮ ନିକଟରେ ଗାଡ଼ିର ଷ୍ଟିୟରିଂ ଫେଲ୍ ହୋଇଯିବାରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ କଣ୍ଟେନରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ରାତ୍ରରେ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାରିକଡ଼ କରି ରାସ୍ତା ଅବରୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande