ଜେନ ଜି ଢଙ୍ଗରେ ପାଳନ ହେଲା ଶିଶୁ ଦିବସ
ମାଲକାନଗିରି, ୧୪ ନଭେମ୍ବର(ହି.ସ.) – ମାଲକାନଗିରି ବ୍ଲକ ଗୌଡଗୁଡା ପଂଚାୟତ ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଶିଶୁଦିବସ ଉପଲକ୍ଷେ ଜେନ ଜି ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶଶୀରେଖା ସାମଲ ବିଦ୍ୟାଳୟରେ କେକ
ଜେନ ଜି ଢଙ୍ଗରେ ପାଳନ ହେଲା ଶିଶୁ ଦିବସ


ମାଲକାନଗିରି, ୧୪ ନଭେମ୍ବର(ହି.ସ.) – ମାଲକାନଗିରି ବ୍ଲକ ଗୌଡଗୁଡା ପଂଚାୟତ ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଶିଶୁଦିବସ ଉପଲକ୍ଷେ ଜେନ ଜି ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶଶୀରେଖା ସାମଲ ବିଦ୍ୟାଳୟରେ କେକ କାଟିବା ସହ ପିଲାମାନଙ୍କ ମଧ୍ୟରେ ମିଷ୍ଟାନ ବଂଟନ କରି ଏହି ମହାନ ଦିବସକୁ ପାଳନ କରିଥିଲେ।

ପିଲାମାନଙ୍କୁ ଏହି ଦିବସର ମହତ୍ୱ ବିଷୟରେ ଜଣାଇବା ସହ ଜବାହରଲାଲ ନେହେରୁଙ୍କ ମହାନ ଉଦେଶ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କରେ ପାଇଁ ତାଙ୍କ ଭଲପାଇବା ସମ୍ପର୍କରେ ପିଲାମାନଙ୍କୁ ଜଣାଇ ଥିଲେ। ଏହି ଦିବସ ଉପଲକ୍ଷେ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କ ମଧ୍ୟରେ ପୁରସ୍କାର ବିତରଣ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସି ଆର ସି ସି ରଞ୍ଜିତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ସେଠୀଙ୍କ ସହ ବିଦ୍ୟାଳୟର ଶିକ୍ଷୟତ୍ରୀ ତପସ୍ୱିନୀ ମହାପାତ୍ର, ମୁକ୍ତା ମାଢି, ଚାନ୍ଦିନୀ ବୁରୁଡି, ସିଆରଜି ପ୍ରଜ୍ଞାପାରମିତା ନାୟକ ପ୍ରମୁଖ ଯୋଗଦେଇ ଥିଲେ କ୍ଷ ଶେଷରେ ପ୍ରଶାନ୍ତ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande