ବ୍ୟକ୍ତିଗତ ଡାଟା ପାଇଁ ସମ୍ମତି ପରିଚାଳନା ସେବା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ୨୦୨୩ ଅନୁଯାୟୀ ସମ୍ମତି ପରିଚାଳକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ନଭେମ୍ବର ୧୩ ତାରିଖରୁ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ ହୋଇଛି। ଏବେ ଯୋଗ୍ୟ ଭାରତୀୟ କମ୍ପାନୀଗୁଡ଼ିକ ଏଥିପାଇଁ ଆବେଦନ
ବ୍ୟକ୍ତିଗତ ଡାଟା ପାଇଁ ସମ୍ମତି ପରିଚାଳନା ସେବା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ୨୦୨୩ ଅନୁଯାୟୀ ସମ୍ମତି ପରିଚାଳକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ନଭେମ୍ବର ୧୩ ତାରିଖରୁ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ ହୋଇଛି। ଏବେ ଯୋଗ୍ୟ ଭାରତୀୟ କମ୍ପାନୀଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପାଇଁ କମ୍ପାନୀଗୁଡ଼ିକର ସର୍ବନିମ୍ନ ନିଟ୍ ସମ୍ପତି ଦୁଇ କୋଟି ଟଙ୍କା ହେବା ଆବଶ୍ୟକ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଏସ୍. କୃଷ୍ଣନ ଶନିବାର ପଞ୍ଜୀକରଣ ପାଇଁ ଅନଲାଇନ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯୋଗ୍ୟ କମ୍ପାନୀଗୁଡ଼ିକ ଏହି ପୋର୍ଟାଲ ମାଧ୍ୟମରେ ଭାରତୀୟ ଡାଟା ସୁରକ୍ଷା ବୋର୍ଡ ନିକଟରେ ଆବେଦନ କରିପାରିବେ।

ସମ୍ମତି ପରିଚାଳକ ଏକ ପଞ୍ଜୀକୃତ ସଂସ୍ଥା ହେବ, ଯାହା ଲୋକଙ୍କୁ ନିଜର ବ୍ୟକ୍ତିଗତ ଡାଟା ବ୍ୟବହାର ପାଇଁ ସମ୍ମତି ପ୍ରଦାନ କରିବା, ଏହାର ପରିଚାଳନା ଓ ସମୀକ୍ଷା କରିବା ସହିତ ଦିଆଯାଇଥିବା ସମ୍ମତିକୁ ପ୍ରତ୍ୟାହାର କରିବାର ସୁବିଧା ଯୋଗାଇଦେବ। ଏହି ବ୍ୟବସ୍ଥା ଏକ ସହଜ, ସ୍ୱଚ୍ଛ ଏବଂ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟରେ କାର୍ଯ୍ୟ କରିପାରୁଥିବା ମଂଚ ମାଧ୍ୟମରେ ପରିଚାଳିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜର ବ୍ୟକ୍ତିଗତ ଡାଟା ଉପରେ ଅଧିକ ନିୟନ୍ତ୍ରଣ ଦେବା ଏବଂ ଡିଜିଟାଲ୍ ବ୍ୟବସ୍ଥାରେ ଉତରଦାୟିତ୍ୱ ବୃଦ୍ଧି କରିବା।

ଭାରତରେ ପଞ୍ଜୀକୃତ କମ୍ପାନୀଗୁଡ଼ିକ ଆବଶ୍ୟକୀୟ ବୈଷୟିକ, ପରିଚାଳନାଗତ ଏବଂ ଆର୍ôଥକ କ୍ଷମତା ଆଧାରରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନଗୁଡ଼ିକର ଯାଂଚ ପରେ ବୋର୍ଡ ଯୋଗ୍ୟ କମ୍ପାନୀଗୁଡ଼ିକୁ ପଞ୍ଜୀକରଣ ପ୍ରଦାନ କରିବ। ପଞ୍ଜୀକୃତ ସମ୍ମତି ପରିଚାଳକଙ୍କ ତାଲିକା ବୋର୍ଡର ୱେବସାଇଟରେ ସାର୍ବଜନୀନ କରାଯିବ।

ଏହି ଆଇନ ଏବଂ ନିୟମାବଳୀର ଅନ୍ୟାନ୍ୟ ପ୍ରମୁଖ ବ୍ୟବସ୍ଥା ୧୩ ମେ ୨୦୨୭ରୁ ଲାଗୁ ହେବ। ଏଥିରେ ଡାଟା ସମ୍ବନ୍ଧୀୟ ବ୍ୟକ୍ତିଙ୍କ ଅଧିକାର, ଡାଟା ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକର ଦାୟିତ୍ୱ ଏବଂ ବୋର୍ଡର ଯାଂଚ ଓ ଜରିମାନା ସମ୍ବନ୍ଧୀୟ ପ୍ରକ୍ରିୟା ସାମିଲ ରହିଛି।

---------------

--------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande