ଆସାମରେ ଟ୍ରକ୍ର ଗୁପ୍ତ କ୍ୟାବିନ୍ରୁ ୨୦ କିଲୋଗ୍ରାମ ମେଥାମଫେଟାମାଇନ୍ ବଟିକା ଜବତ, ଜଣେ ଗିରଫ
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଆସାମର କଚାର ଜିଲ୍ଲାରେ ଏକ ଟିପର ଟ୍ରକ୍ରୁ ୨୦ କିଲୋଗ୍ରାମ ମେଥାମଫେଟାମାଇନ୍ ବଟିକା ଜବତ କରିଛି। ନିଶାଦ୍ରବ୍ୟଗୁଡ଼ିକୁ ଟ୍ରକ୍ର ଡାହାଣ ପାର୍ଶ୍ୱ ପ୍ୟାନେଲ୍ରେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ ଗୁପ୍ତ ସ୍ଥାନରେ ଲୁଚ
असम के कछार जिले में डीआरआई और असम राइफल्स की संयुक्त कार्रवाई में टिपर ट्रक के गुप्त केबिन से जब्त की गई 20 किलोग्राम मेथामफेटामाइन की गो


ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଆସାମର କଚାର ଜିଲ୍ଲାରେ ଏକ ଟିପର ଟ୍ରକ୍ରୁ ୨୦ କିଲୋଗ୍ରାମ ମେଥାମଫେଟାମାଇନ୍ ବଟିକା ଜବତ କରିଛି। ନିଶାଦ୍ରବ୍ୟଗୁଡ଼ିକୁ ଟ୍ରକ୍ର ଡାହାଣ ପାର୍ଶ୍ୱ ପ୍ୟାନେଲ୍ରେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖାଯାଇଥିଲା। ଏହି ମାମଲାରେ ଟ୍ରକ୍ରେ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଡିଆରଆଇ ଆସାମ ରାଇଫଲ୍ସର ୩୮ତମ ବାଟାଲିୟନ୍ର ଯବାନଙ୍କ ସହ ମିଶି ଏକ ମିଳିତ ଅଭିଯାନ ଚଳାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଗତ ୧୨ ତାରିଖରେ ବୋରଖୋଲା ନିକଟରେ ଏକ ଟାଟା ଟିପର ଟ୍ରକ୍କୁ ଅଟକାଯାଇଥିଲା। ଟ୍ରକ୍ର ବିସ୍ତୃତ ଯାଂଚ ସମୟରେ ଜଣେ ମେକାନିକ୍ଙ୍କ ସହାୟତାରେ ଏହାର ଡାହାଣ ପାର୍ଶ୍ୱ ପ୍ୟାନେଲ୍ର ଉପର ଭିତର ଅଂଶରେ ତିଆରି ହୋଇଥିବା ଗୁପ୍ତ ସ୍ଥାନର ସନ୍ଧାନ ମିଳିଥିଲା। କଟିଂ ଓ ୱେଲ୍ଡିଂର ଚିହ୍ନଗୁଡ଼ିକୁ ସିମେଣ୍ଟ ଓ ରଙ୍ଗ ଲଗାଇ ଲୁଚାଇ ଦିଆଯାଇଥିଲା।

ଗୁପ୍ତ ସ୍ଥାନଟି ଖୋଲିବା ପରେ ସେଥିରୁ ଗୋଲାପୀ-କମଳା ରଙ୍ଗର ବଟିକା ଥିବା ୩୨ଟି ପ୍ୟାକେଟ୍ ମିଳିଥିଲା। ଏଥିମଧ୍ୟରୁ ୧୭ଟି ପ୍ୟାକେଟ୍ରେ ପ୍ରତ୍ୟେକରେ ଏକ କିଲୋଗ୍ରାମ ଏବଂ ଅନ୍ୟ ୧୫ଟି ପ୍ୟାକେଟ୍ରେ ପ୍ରତ୍ୟେକରେ ୨୦୦ ଗ୍ରାମ ଲେଖାଏଁ ନିଶାଦ୍ରବ୍ୟ ଥିଲା। ଏନ୍ଡିପିଏସ୍ ଫିଲ୍ଡ ଡିଟେକ୍ସନ୍ କିଟ୍ ଦ୍ୱାରା କରାଯାଇଥିବା ପ୍ରାଥମିକ ପରୀକ୍ଷାରେ ନମୁନାଗୁଡ଼ିକରେ ଆମ୍ଫେଟାମାଇନ୍ ଥିବାର ସଙ୍କେତ ମିଳିଥିଲା।

ମୋଟ ୨୦ କିଲୋଗ୍ରାମ ବଟିକା ସହ ଟ୍ରକ୍କୁ ମଧ୍ୟ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍େସସ୍ ଆକ୍ଟ (ଏନ୍ଡିପିଏସ୍), ୧୯୮୫ର ସମ୍ପୃକ୍ତ ଧାରା ଅନୁଯାୟୀ ଜବତ କରାଯାଇଛି। ଟ୍ରକ୍ରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଆଇନ ଅନୁଯାୟୀ ଗିରଫ କରାଯାଇଛି।

ଡିଆରଆଇ ଅନୁଯାୟୀ, ଏହି ଅଭିଯାନରେ ଚୋରା ଚାଲାଣ ପାଇଁ ଅବଲମ୍ବନ କରାଯାଇଥିବା ଏକ ନୂତନ ଲୁଚାଇବା ପଦ୍ଧତିର ପର୍ଦ୍ଦାଫାଶ ହୋଇଛି। ଟ୍ରକ୍ର ପାର୍ଶ୍ୱ ପ୍ୟାନେଲ୍ରେ ଗୁପ୍ତ ସ୍ଥାନ ତିଆରି କରି ଏହାର ମୁହଁକୁ ସିମେଂଟ ଓ ରଙ୍ଗରେ ଘୋଡ଼ାଇ ଦିଆଯାଇଥିଲା, ଯାହାଦ୍ୱାରା ସାଧାରଣ ଯାଂଚ ସମୟରେ ଏହା ଜଣାପଡ଼ିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande