
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଟ୍ ପୂଜା ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବକୁ ଆସ୍ଥା ଓ ସୂର୍ଯ୍ୟ ଉପାସନାର ପ୍ରତୀକ ବୋଲି ଅଭିହିତ କରି ସେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପରିବାରର ମଙ୍ଗଳ କାମନା କରିଛନ୍ତି।
ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ, ରାଷ୍ଟ୍ରପତି ନିଜ ବାର୍ତାରେ କହିଛନ୍ତି ଯେ, ଚାରି ଦିନ ଧରି ପାଳନ କରାଯାଉଥିବା ଛଟ୍ ପର୍ବ ସୂର୍ଯ୍ୟଦେବ ଓ ଛଟୀ ମାତାଙ୍କ ପ୍ରତି ଗଭୀର ଶ୍ରଦ୍ଧାର ପ୍ରତୀକ। ଏହି ପର୍ବ ଭକ୍ତି, ଶୃଙ୍ଖଳା ଓ ସମର୍ପଣ ମାଧ୍ୟମରେ ଆମ ସାଂସ୍କୃତିକ ପରମ୍ପରାର ମହତ୍ୱକୁ ପ୍ରତିଫଳିତ କରିଥାଏ।
ସେ କହିଛନ୍ତି ଯେ, ଛଟ୍ ପୂଜା ଅବସରରେ ଶ୍ରଦ୍ଧାଳୁମାନେ ସୁଖ, ସମୃଦ୍ଧି ଓ ପରିବାରର ମଙ୍ଗଳ କାମନା କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଏହି ପର୍ବ ଆମକୁ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ପରିବେଶ ସୁରକ୍ଷା ପାଇଁ ପ୍ରେରଣା ଦେଇଥାଏ।
ରାଷ୍ଟ୍ରପତି କାମନା କରିଛନ୍ତି ଯେ, ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଶାନ୍ତି ଆଣିବା ସହ ସମାଜରେ ପ୍ରେମ ଓ ସଦ୍ଭାବନା ବୃଦ୍ଧି କରୁ। ନଦୀ ଓ ଅନ୍ୟାନ୍ୟ ଜଳଉତ୍ସଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ ପାଇଁ ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେବା ପାଇଁ ମଧ୍ୟ ସେ ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି।
-------------
ହିନ୍ଦୁସ୍ଥାନ ସମାଚାର / ଗଗନ