ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟକ୍ରମ ଅନୁଷ୍ଠିତ; ଯୋଗ୍ୟ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱ
କେନ୍ଦୁଝର, ୧୪ ନଭେମ୍ବର (ହି.ସ) - ଗ୍ରାମାଂଚଳର ଗରିବ ଓ ଅସହାୟ ପରିବାରଙ୍କୁ ନିଜସ୍ୱ ପକ୍କା ଘର ଯୋଗାଇଦେଇ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆରମ୍ଭ ହୋଇଛି। ଏଥିରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ତିନୋଟି କିସ୍ତିରେ
District level


କେନ୍ଦୁଝର, ୧୪ ନଭେମ୍ବର (ହି.ସ) - ଗ୍ରାମାଂଚଳର ଗରିବ ଓ ଅସହାୟ ପରିବାରଙ୍କୁ ନିଜସ୍ୱ ପକ୍କା ଘର ଯୋଗାଇଦେଇ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆରମ୍ଭ ହୋଇଛି। ଏଥିରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ତିନୋଟି କିସ୍ତିରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯିବ।

ଆଜି ୧୪ ନଭେମ୍ବର ୨୦୨୬ ତାରିଖରେ ବଲାଙ୍ଗୀର ଜିଲ୍ଲାର ପଥରଚେପା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଂଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇଥିଲେ। ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କେନ୍ଦୁଝର ଜିଲ୍ଲା ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଖୁଂଟିଆ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଓ ଅସହାୟ ପରିବାରଙ୍କ ବହୁଦିନର ଆଶା ଓ ଆକାଂକ୍ଷା ପୂରଣ କରୁଛି। ପ୍ରତ୍ୟେକ ଗରିବ ପରିବାରକୁ ନିଜସ୍ୱ ପକ୍କା ଘର ଯୋଗାଇଦେବା ସରକାରଙ୍କ ପ୍ରମୁଖ ପ୍ରାଥମିକତା। କୌଣସି ଯୋଗ୍ୟ ପରିବାର ଯେପରି ଏହି ସୁଯୋଗରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ।

ସେ ଆହୁରି କହିଥିଲେ ଯେ, ଗରିବ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ସହ ସେମାନଙ୍କୁ ଆର୍ôଥକ ଓ ସାମାଜିକ ଭାବେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚିବ, ସେଥିପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇର ମାନ୍ୟବର ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣାର ମାନ୍ୟବର ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, ଚମ୍ପୁଆର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସଞ୍ଜୀବ କୁମାର ବେହେରା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅନୁବ୍ରତ ବେହେରା ଯୋଗଦେଇଥିଲେ।

ଅନ୍ୟପକ୍ଷରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଜିଲ୍ଲାରେ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ନିର୍ମିତ ଆବାସଗୁଡ଼ିକର ସ୍ଥିତି ସମୀକ୍ଷା ସହ ନୂତନ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଏବଂ ସେମାନଙ୍କୁ ଯୋଜନାରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସଠିକ୍ ସର୍ବେକ୍ଷଣ ଓ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ କୌଣସି ଯୋଗ୍ୟ ପରିବାର ଯେପରି ଯୋଜନାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ସମସ୍ତ ସ୍ତରରେ ସତର୍କତାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଗ୍ରାମପଂଚାୟତସ୍ତରରେ କରାଯାଇଥିବା ପ୍ରାରମ୍ଭିକ ସର୍ବେକ୍ଷଣ ଅନୁଯାୟୀ, କେନ୍ଦୁଝର ଜିଲ୍ଲାରେ ମୋଟ ୧,୩୩,୧୧୯ ଜଣ ହିତାଧିକାରୀଙ୍କ ନାମ ଗୃହ ସହାୟତା ପାଇଁ ସ୍ଥାୟୀ ଅପେକ୍ଷା ତାଲିକା ରେ ରହିଛି। ଏହି ତାଲିକାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ସମେତ ସର୍ବେକ୍ଷଣ ମାଧ୍ୟମରେ ଚିହ୍ନଟ ହେଉଥିବା ନୂତନ ଯୋଗ୍ୟ ପରିବାରଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଏବଂ କେନ୍ଦୁଝର ସଦର ବିଡିଓ ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ବ୍ଲକ୍ ଓ ଗ୍ରାମପଂଚାୟତସ୍ତରୀୟ କର୍ମଚାରୀ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଆବାସ ଯୋଜନାର ସ୍ୱଚ୍ଛ, ନିରପେକ୍ଷ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ସହ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନାର ସୁଫଳ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୌଣସି ଯୋଗ୍ୟ ଗରିବ ପରିବାର ଯେପରି ପକ୍କା ଘର ପାଇବାର ସୁଯୋଗରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ, ଜନପ୍ରତିନିଧି ଓ ତୃଣମୂଳସ୍ତରୀୟ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande