
କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ବ୍ଲକ ସଭା ଗୃହରେ ବିଡ଼ିଓ ଅଭିଷେକ ସ୍ୱାଇଁଙ୍କ ଅଦକ୍ଷତାରେ ଭତା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠି ଯୋଗଦେଇ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିବା ସହ ରାଜ୍ୟର ବିଜେପି ସରକାର ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ସକଳ୍ପବଦ୍ଧ ଜ୍ଝବୟସ୍କ ଲୋକ ଭତା ପାଇବା ଦ୍ୱାରା ସେମାନେ ଅନେକାଂଶରେ ଉପକୃତ ହେଉଛନ୍ତି ବୋଲି ଶ୍ରୀମତୀ ଗୀତା ସେଠି କହିଛନ୍ତି ଜ୍ଝସମ୍ମାନିତ ଅତିଥିଭାବେ ବ୍ଲକ ଅଦକ୍ଷ ରଶ୍ମିତା ସେଠି, ଉପାଦକ୍ଷ ପ୍ରତାପ ନାରାୟଣ ମହାପାତ୍ର ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତା ବଂଟନ କରିଥିଲେ ଜ୍ଝବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂଦୀପ୍ତା ମହାପାତ୍ରଙ୍କ ତତ୍ୱାବଧାନରେ ୨୭ଗୋଟି ପଂଚାୟତରୁ ୨୬୦ଜଣ ନୂତନ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଥିଲା ଜ୍ଝପ୍ରତେକ ହିତାଧିକାରୀଙ୍କୁ ୨ମାସର ଭତା ଟଙ୍କା ପ୍ରଦାନ କରାଯାଇଥିଲା। ବ୍ଲକ ସାମାଜିକ ସୁରକ୍ଷା ପକ୍ଷରୁ କ୍ରିଷ୍ଣାଜୋତି ପ୍ରକାଶ ଦାସ, ସାହସ୍ରାଂଶୁ କୁଣ୍ଡୁ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି