ମାରଣାସ୍ତ୍ର ଦେଖାଇ ଡକାୟତି ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା, ୧୮ ଲକ୍ଷ ଟଙ୍କା ଲୁଟ୍
ଜୟପୁର, ୧୪ ନଭେମ୍ବର (ହି.ସ.)- ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଫେରିଛି । ଜୟପୁର ସହର ଲିଙ୍ଗରାଜ ନଗର ୧୭ ଲମ୍ବର ଲାଇରେ ସତ୍ୟ ନାରାୟଣ ଦଳାଇ ରହୁଛନ୍ତି । ପ୍ରଥମ ମ
ମାରଣାସ୍ତ୍ର ଦେଖାଇ  ଡକାୟତି ୧ କୋଟି ରୁ ଉଦ୍ଧ ଟଙ୍କାର ସୁନା ଗହଣା, ୧୮ ଲକ୍ଷ ଟଙ୍କା ଲୁଟ୍


ଜୟପୁର, ୧୪ ନଭେମ୍ବର (ହି.ସ.)- ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଫେରିଛି । ଜୟପୁର ସହର ଲିଙ୍ଗରାଜ ନଗର ୧୭ ଲମ୍ବର ଲାଇରେ ସତ୍ୟ ନାରାୟଣ ଦଳାଇ ରହୁଛନ୍ତି । ପ୍ରଥମ ମହଲାରେ ସତ୍ୟ ନାରାୟଣ ରହୁଥିବା ବେଳେ ଉପର ମହଲାରେ ପୁଅବୋହୂ ରହୁଛନ୍ତି । ରାତ୍ର ସମୟରେ ଦୁର୍ବୃତ୍ତ ମାନେ କବାଟ ପିଟି ଘର ଭିତରେ ପଶିଥିଲେ । ଦୁର୍ବୃତ୍ତମାନେ ସତ୍ୟ ନାରାୟଣଙ୍କୁ କାବୁ କରି ହାତଗୋଡ ବାନ୍ଧି ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ । ଉପର ମହଲାରୁ ପୁଅ ବହୁ ଆସିବାରୁ ବୋହୂ ଓ ପୁଅକୁ ମାଡ ମାରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ସ୍ଥାନରେ ବନ୍ଧକ ରଖି ଲୁଟ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ସତ୍ୟ ନାରାୟଣଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ପୁଅ, ବୋହୂ, ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ପ୍ରାୟ ଦେଢ ଘଣ୍ଟା ରହି ଆତଙ୍କ ଖେଳାଇଥିଲେ । ଘର ଭିତରେ ୫ ଜଣ ଦୁର୍ବୃତ୍ତ ପଶିଥିବା ବେଳେ ବାହାରେ ଜଣେ ଦୁର୍ବୃତ୍ତ ଅପେକ୍ଷା କରିଥିଲା । ଦୁର୍ବୃତ୍ତମାନେ ସିସି ଟିଭିର ହାଡଡେକ୍ସକୁ ଲୁଟ୍ କରି ଘରର ସମସ୍ତ ଆସବା ପତ୍ରକୁ ଏଣେ ତେଣେ ଭିଙ୍ଗିବାସହ ୩ଟି ଆଲମାରିକୁ ଭାଙ୍ଗି ଦେଇଥିଲେ । ଦୁର୍ବୃତ୍ତମାନେ ଘରେ ଥିବା ୧୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା,୪ଶହ ଗ୍ରାମର ସୁନା ଗହଣା, ଅଧା କିଲୋ ଓଜନର ପୁଜା ଘରେ ଥିବା ରୁପା ଜିନିଷ ଲୁଟ୍ କରିଥିଲେ । ଲୁଟ୍ ହୋଇଥିବା ସୁନାଗହଣା ଟଙ୍କାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

ଦୁର୍ବୃତ୍ତମାନେ ପାଚେରି ଡେଇଁ ଘର ଭିତରେ ପଶିଥିଲେ । ପରେ ଦୁର୍ବୃତ୍ତମାନେ ଯିବା ପରେ ୧୧୨ ରେ ପୋଲିସକୁ ସତ୍ୟ ନାରାୟଣ ସୂଚନା ଦେଇଥିଲେ । ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରିଛି । ଏନେଇ ଜୟପୁର ଟାଉନ ଥାନାରେ ସତ୍ୟ ନାରାୟଣଙ୍କ ସାନ ପୁଅ ଦେବି ପ୍ରସାଦ ଦଳାଇ ଲିଖିତ ଅଭିଯୋଗ କରିଛନ୍ତି । ବର୍ତମାନ ପରିବାର ଭିତରେ ଭୟର ବାତାବରଣ ଦେଖାଯାଇଛି । ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ଟଙ୍କାକୁ ଜବତ କରିବାକୁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande