ଫ୍ୟାସନ ଷ୍ଟୋର ରେୟାର ଉଦ୍ଘାଟିତ
ଗଂଜାମ, 14 ନଭେମ୍ବର (ହି.ସ.)ବ୍ରହ୍ମପୁର ସହରର ଗାନ୍ଧୀନଗର ମେନ୍ ରୋଡସ୍ଥିତ କୃଷ୍ଣା ପ୍ୟାଲେସ୍ଠାରେ ନୂତନ ଫ୍ୟାଶନ୍ ଷ୍ଟୋର ‘ରେୟାର’ର ଶୁଭ ଉଦ୍ଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଷ୍ଟୋରର ଶୁଭ ଉଦ୍ଘାଟନ କରିଥିଲେ। ବିଧାୟକ ଷ୍ଟ
Wetyuioo


ଗଂଜାମ, 14 ନଭେମ୍ବର (ହି.ସ.)ବ୍ରହ୍ମପୁର ସହରର ଗାନ୍ଧୀନଗର ମେନ୍ ରୋଡସ୍ଥିତ କୃଷ୍ଣା ପ୍ୟାଲେସ୍ଠାରେ ନୂତନ ଫ୍ୟାଶନ୍ ଷ୍ଟୋର ‘ରେୟାର’ର ଶୁଭ ଉଦ୍ଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଷ୍ଟୋରର ଶୁଭ ଉଦ୍ଘାଟନ କରିଥିଲେ।

ବିଧାୟକ ଷ୍ଟୋରର ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂତନ ବ୍ୟବସାୟିକ ଯାତ୍ରାର ସଫଳତା, ଉନ୍ନତି ଓ ଉତ୍ତରୋତ୍ତର ସମୃଦ୍ଧି କାମନା କରିଥିଲେ। ଏହି ନୂତନ ପ୍ରତିଷ୍ଠାନ ବ୍ରହ୍ମପୁର ସହରର ଫ୍ୟାଶନ୍ ଓ ବାଣିଜ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ଗ୍ରାହକଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

ଏହି ଉଦ୍ଘାଟନୀ ଉତ୍ସବରେ ଷ୍ଟୋରର କର୍ମକର୍ତ୍ତା, ଅତିଥି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande