
କେନ୍ଦ୍ରାପଡ଼ା/ମାର୍ଶାଘାଇ, ୧୪ ନଭେମ୍ବର (ହି.ସ.)- ମାର୍ଶାଘାଇ ବ୍ଲକ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୬ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ. ଦୁର୍ଗାପ୍ରସନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ. ଜୈମିନି ମହାପାତ୍ର, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ନିଗମ ପ୍ରସାଦ ରଥ, ପାଟକୁରା ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ରଥ, ଜିଲ୍ଲା ପରିଷଦ ସଦସ୍ୟା ଦୁର୍ଗାବତୀ ପ୍ରଧାନ, ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରିଣୀ କୋକିଳା ମଞ୍ଜରୀ ନାୟକ, ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗ ଏବଂ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପଞ୍ଜିକୃତ ୪୮୦ ଚାଷୀଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ୪ ଜଣ ସଫଳ ଚାଷୀ ଘୁଷୁରୀ ଚାଷ ପାଇଁ ସତ୍ୟବ୍ରତ ପାତ୍ର, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ ପାଇଁ ନୟନା ସାମଲ, ବ୍ରୟଲର କୁକୁଡ଼ା ଚାଷୀ ସସ୍ମିତା ସାହୁ, ଛେଳି ଚାଷୀ ରାକେଶ ସାହୁଙ୍କୁ ନଗଦ ଅର୍ଥ ରାଶି ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମାର୍ଶାଘାଇ ବ୍ଲକରେ ଆବେଦନ କରିଥିବା ସମସ୍ତ ୧୬୮୯ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ସହିତ ଆଉ ଯେଉଁମାନେ ଯୋଗ୍ୟ ବ୍ୟକ୍ତି ଆବେଦନ କରିନାହାନ୍ତି ତୁରନ୍ତ ନୂଆ ଆପ ମାଧ୍ୟମରେ ଅନଲାଇନ ଆବେଦନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ମାର୍ଶାଘାଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ. ମହେଶ୍ୱର ପରିଡା ସ୍ୱାଗତ ଭାଷଣ ଦେଇଥିଲେ।
ଡ଼ଃ. ବିନୟ ସାହୁ, ଡ଼ଃ. ଅଭିଜିତ ପ୍ରଧାନ, ମାର୍ଶାଘାଇ ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଜିତେନ୍ଦ୍ର ଦାସ, ସାଗରମିତ୍ର ଝାନସୀ ରାଣୀ ସାହୁ, ପ୍ରାଣୀ ଚିକିତ୍ସାଳୟର ପ୍ରତାପ କୁମାର ବେଉରିଆ, ପ୍ରବୀର ଦାସ, ସୁଶାନ୍ତ ମହାନ୍ତି, ପ୍ରତାପ ମଲିଲ, ମନୋଜ ରାଉତ, ପିନାକୀ ରାଉତ, ଦେବକାନ୍ତ ମହାନ୍ତି, ହରେକୃଷ୍ଣ ଦାସ, ସଂଜୀବ ନାୟକ, ନେହେରୁ ମାଝି, ଭଜନ ଦାସ, ସୁଶ୍ରୀ ସଂଗୀତା, ଉପେନ୍ଦ୍ର ପରିଡା, ପ୍ରକାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି