୧୯୯୦ ବ୍ୟାଚ୍ ପକ୍ଷରୁ ପୁରାତନ ଛାତ୍ର ସମ୍ମିଳନୀ, ଶିଶୁ ଦିବସ ପାଳନ
Get together and children day
୧୯୯୦ ବ୍ୟାଚ୍ ପକ୍ଷରୁ ପୁରାତନ ଛାତ୍ର ସମ୍ମିଳନୀ


ଝାରସୁଗୁଡ଼ା, ୧୪ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଓ.ପି.ଏମ୍. ସରକାରୀ ବିଦ୍ୟାଳୟରେ ୧୯୯୦ ବ୍ୟାଚ୍ ପକ୍ଷରୁ ଶନିବାର ଏକ ଭବ୍ୟ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଶିଶୁ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ପୁରାତନ ଛାତ୍ର ଏକତ୍ରିତ ହୋଇ ଏହାକୁ ଏକ ଐତିହାସିକ ଦିନ ଭାବେ ପାଳନ କରିଥିଲେ।

ପୁରାତନ ଛାତ୍ର ଶଶାଙ୍କ ଦୀକ୍ଷିତଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲଳିତା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ବିଦ୍ୟାଳୟର ବିକାଶ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଦୃଢ଼ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ଉପସ୍ଥିତିକୁ ସ୍ବାଗତ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ସଫଳ କାର୍ଯ୍ୟକ୍ରମ ପଛରେ ଇଣ୍ଡିଆନ୍ ଏୟାର ଫୋର୍ସ ଏନସିସି ଅଫିସର ଜିତେନ୍ଦ୍ର ମଗରଙ୍କର ସହଯୋଗ ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande