
ଖୋର୍ଦ୍ଧା, ୧୪ ନଭେମ୍ବର(ହି.ସ.) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ତମାଖୁମୁକ୍ତ ଯୁବା ୪.୦ର ଜିଲ୍ଲାସ୍ତରୀୟ ଉନ୍ମୋଚନ କରିଥିଲେ। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ୍ ଯୋଗ ଦେଇଥିଲେ ଓ ତମାଖୁ ସେବନରେ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ସମନ୍ଧରେ ଆଲୋକପାତ କରିଥିଲେ। ବୈଠକରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଗୁଡିକୁ ତମାଖୁ ମୁକ୍ତ ଅଂଚଳ ପାଇଁ ପଦକ୍ଷେପ, ବ୍ୟାପକ ଜନ ସଚେତନତା, ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର , ଡିପିଏମ୍(ଜାତୀୟ ସ୍ୱାସ୍ଥ୍ୟ ମିଶନ) ଶୁଭକାନ୍ତ ଗନ୍ତାୟତ, ପୋଲିସ ବିଭାଗ ଅଧିକାରୀ, ଖାଦ୍ୟ ନିରାପତା ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ, ଡ୍ରଗ୍ସ କଂଟ୍ରୋଲ ଅଧିକାରୀ, ଅବକାର ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ। ଉପ ଯୋଜନା ପରିଚାଳକ(ଅଣ ସଂକ୍ରାମକ ରୋଗ) ଡାକ୍ତର ସୁଶାନ୍ତ କୁମାର ବିଶ୍ୱାଳ ପାୱାର ପଏଂଟ ପ୍ରଦର୍ଶନରେ କୋଟପା ଆଇନ ଓ ସ୍ୱାସ୍ଥ୍ୟ ସଚେତନତାର ଅଣୁ ଯୋଜନା ଉପରେ ବିସ୍ତୃତ ଉପସ୍ଥାପନ କରିଥିଲେ। ଡିପିଏମ୍ ଶ୍ରୀ ଗନ୍ତାୟତ ଧନ୍ୟବାଦ ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ