
ଜୟପୁର, ୧୪ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବା ବେଳେ ଏଠାକାର ଲୋକଙ୍କ ମୁଣ୍ଡପିଛା ଆୟ କମ । ଦିନ କୁ ଦିନ ଚାଉଳ ଠାରୁ ଆରମ୍ଭ କରି ପନି ପରିବା ଦର ଦାମ ବଢିଛି । ଆୟ ବଢୁନଥିବା ବେଳେ ଦରଦାମ ବଢୁଛି । ତେଲ ନୁଣର ସଂସାର ଚଲାଇବା ଜଣେ ସାଧାରଣ କରିବାରକୁ ବହୁତ କଷ୍ଟ ସହିବାକୁ ପଡୁୁଛି । ଦରଦାମ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । କୋରାପୁଟ ଜିଲାର ବୈପାରିଗୁଡା, ଲମତାପୁଟ, ବନ୍ଧୁ ଗାଁ, ନାରାୟଣପାଟଣା, କୋଟପାଡ, ନନ୍ଦପୁର, କୁନ୍ଦୁରା ବଳି ଉପାନ୍ତ ଜିଲାରେ ରହୁଥିବା ସାଧାରଣ ଜନତା ମଧ୍ୟ ଦରଦାମ ବୃଦ୍ଧି ଯୋଗୁଁ ନୟାନ୍ତ ହେଲେଣି । ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ଫେଲ୍ ଦିନକୁ ଦିନ ବଢ଼ିଚାଲିଛି ଦରଦାମ । ଚାଉଳ, ଡାଲି, ତେଲଠାରୁ ଆରମ୍ଭ କରି ଔଷଧ, ଚିକିତ୍ସା ଓ ବସ୍ ଭଡ଼ା- ସବୁ କ୍ଷେତ୍ରରେ ବଢ଼ୁଛି ଖର୍ଚ୍ଚ । ଆୟ ବଢ଼ୁନଥିବା ବେଳେ ମାସିକ ବଜେଟ୍ ବିଗିଡ଼ିବାରେ ଲାଗିଛି । ଅକ୍ଟୋବର ୨୦୨୬ରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତି ୮.୯୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଘରୋଇ ବସ୍ ଭଡ଼ା ମଧ୍ୟ ବଢ଼ିଛି । ମହଙ୍ଗା ହେଉଛି ଜୀବନ ଧାରଣର ମାନ । ଆକାଶଛୁଆଁ ଦରଦାମ୍, ବିଗୁଡ଼ୁଛି ଅର୍ଥନୀତି । ଓଡ଼ିଶାରେ ଉପରମୁହାଁ ମୁଦ୍ରାସ୍ଫୀତିକୁ ନେଇ ତେଜିଲାଣି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ କରିବା ସହ ସାଧାରଣ ଲୋକଙ୍କ ଆନ୍ତରିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବଢୁଛି ଖାଦ୍ୟ, ପନିପରିବା ଓ ଚିକିତ୍ସା ଖର୍ଚ୍ଚ ଚିନ୍ତା ବଢ଼ାଇଲାଣି ଘରୋଇ ବସ୍ଭଡ଼ା ବୃଦ୍ଧି ଦରମାଠୁ ବଳିଯାଉଛି ମାସିକ ବଜେଟ୍। କାଳ ହେଲାଣି ଦରଦାମ୍ ବୃଦ୍ଧି । ଚାଉଳ,ଡାଲି, ତେଲଠାରୁ ଆରମ୍ଭ କରି ଚିନି, କ୍ଷୀର ଓ ଘରୋଇ ସାମଗ୍ରୀ, ସବୁର ଦର ବଢ଼ିବାରେ ଲାଗିଛି । ଆୟ ବଢ଼ୁନି, କିନ୍ତୁ ବଢ଼ିଚାଲିଛି ଖର୍ଚ୍ଚ । ରୋଷେଇ ଘରଠାରୁ ବଜାର, ସବୁଠି ମହଙ୍ଗା ମାଡ଼ର ପ୍ରଭାବ । ଚାଉଳ କିଲୋ ହାରାହାରି ୫୦ ଟଙ୍କା । ହରଡ ଡାଲି ୧୬୦ ଟଙ୍କା । ବୁଟ ଡାଲି ୯୫ ଟଙ୍କା । କେବଳ ଚାଉଳ ଡାଲି ନୁହେଁ, ଖାଇବା ତେଲ ବି ମହଙ୍ଗା । ସୂର୍ଯ୍ୟମୁଖୀ ତେଲ ତେଲ ଲିଟର ପିଛା ୨୬ ଟଙ୍କା ୧୯ ପଇସା, ସୋରିଷ ତେଲ ୨୪ ଟଙ୍କା ୫୪ ପଇସା ଏବଂ ସୋୟାବିନ୍ ତେଲ ୨୨ ଟଙ୍କା ୭୯ ପଇସା ବଢ଼ିଛି । ଚିନି, ଗୁଡ଼, କ୍ଷୀର ଓ ଲୁଣ ଦର ବୃଦ୍ଧି ବି ବଢ଼ାଇଛି ଖାଉଟିଙ୍କ ଚିନ୍ତା। ଚିକିତ୍ସା ବାବଦକୁ ଖର୍ଚ୍ଚ ମଧ୍ୟ ବଢ଼ି ଯାଇଛି । ପାରାସିଟାମଲ, ମଂଟେକାଲସି, ଡାଇଭଲ୍, ରକ୍ତ ଚାପର ଅତି ଜରୁରୀ ଔଷଧର ଦାମ ବଢ଼ିଯାଇଛି । ଡାକ୍ତରଙ୍କ ଫିସ୍, ରକ୍ତ ପରୀକ୍ଷା, ହସ୍ପିଟାଲ ବେଡ୍ ଓ ଅପରେସନର ଦାମ ବି ଆକାଶଛୁଆଁ। ଯାହାକି ଅଧିକାଂଶ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।
ମହଙ୍ଗା ମାଡ଼ ଭିତରେ ଗୁରୁବାର ଘରୋଇ ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ନୂଆ ଦରରେ ଯାତ୍ରୀଙ୍କଠାରୁ ଭଡା ଆଦାୟ କରିଛନ୍ତି ବସ୍ ମାଲିକ । ବସ୍ ଭଡ଼ା ବୃଦ୍ଧି ଲୋକଙ୍କୁ ବାଧିଛି । ରୋଜଗାର ବଢ଼ିନି, କିନ୍ତୁ ଘରର ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ମାସିକ ଦରମା ଠୁ ବଳେଇଯାଉଛି ମାସିକ ବଜେଟ୍ । ଦରଦାମ ବୃଦ୍ଧି ଫଳରେ ଅକ୍ଟୋବର ମାସରେ ରେକର୍ଡ ସ୍ତର ଛୁଇଁଛି ମୁଦ୍ରାସ୍ଫୀତି । ଲୋକଙ୍କ କ୍ରୟ କ୍ଷମତା କମିଛି । ଅର୍ଥ ଅଭାବରୁ ଅଧିକାଂଶ ଲୋକଙ୍କ ଜୀବନ ଧାରଣର ମାନ ନିମ୍ନଗାମି ହେଉଛି । କେବେ କମିବ ଦର ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି । ବଜାର ଦର ଉପରେ ନିୟନ୍ତ୍ରଣ ରଖିବାକୁ କେବେ ପଦକ୍ଷେପ ନେବେ ସରକାର ଏବେ ବିରୋଧୀ ବିଜେଡି ଓ କଂଗ୍ରେସ ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାରୀ ନୀତିନିୟମ ଓ ବଜାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଫେଲ ମାରିଥଇବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଅନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତି ଓ ବିଶ୍ୱସ୍ତରରେ ତୈଳ ବଜାରର ଅସ୍ଥିରତା ଯୋଗୁଁ ଦରଦାମ ବୃଦ୍ଧି ଘଟିଥିବା ବିଜେପି ନେତା ପ୍ରତିକ୍ରିୟା ଦେଉଛନ୍ତି । ବନ୍ୟା, ବାତ୍ୟାରେ ଚାଷ ଉଜୁଡ଼ିଲା । ମଣ୍ଡି ଯନ୍ତ୍ରଣାରେ ଚାଷୀ ଛଟପଟ । ଚାରିଆଡ଼େ ଅପମିଶ୍ରଣଯୁକ୍ତ ଖାଦ୍ୟର ପସରା । ଏହାରି ଭିତରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସମସ୍ତଙ୍କୁ ଅଶ୍ଚଯ୍ୟ କରିପକାଇଛି । ପନିପରିବା ଦର କାର୍ତିକରେ ଆକାଶଛୁଆଁ । ପର୍ଯ୍ୟାପ୍ତ ଉତ୍ପାଦନ ସତ୍ୱେ କୋରାପୁଟ ଜିଲାରେ ଶୀତଳଭଣ୍ଡାରର ଅଭାବ ଯୋଗୁଁ ପନିପରିବା, ଫଳ ପଚିଷଢି ଯାଉଛି । ହେଲେ ସରକାର ନିରବ ରହିଛନ୍ତି । ସରକାରକୁ ଆସିବାର ଇତିମଧ୍ୟରେ ଅଢେଇବର୍ଷ ବିତିଯାଇଥିଲେ ହେଁ କୌଣସି କାର୍ଯ୍ୟରେ ସରକାର ସେଭଳି ସଫଳତା ପାଇନଥିବା ସ୍ପଷ୍ଟ ହୋଇଛି । ତେଣୁ ରାଜ୍ୟ ସରକାର ହସ୍ତକ୍ଷେପ କରି ଦରଦାମକୁ ନିୟନ୍ତ୍ରଣ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି