ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ
ମାଲକାନଗିରି , ୧୪ ନଭେମ୍ବର (ହି.ସ.) ଗତ ୧୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ମାଲକାନଗିରି ରେଞ୍ଜର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୋଇଲିପାରି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଠାବ କରିଥିଲେ। ବନ କର୍ମଚାରୀଙ
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ


ମାଲକାନଗିରି , ୧୪ ନଭେମ୍ବର (ହି.ସ.) ଗତ ୧୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ମାଲକାନଗିରି ରେଞ୍ଜର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ କୋଇଲିପାରି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ମୋଟରସାଇକେଲରେ ଜୀବନ୍ତ ବଜ୍ରକାପ୍ତା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଠାବ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ସମ୍ପୃକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ବନ କର୍ମଚାରୀମାନେ ତାଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲେ।

ଅଭିଯୁକ୍ତ ଜଣକ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ଦୁଲାଗୁଣ୍ଡି ଗ୍ରାମର ଗଙ୍ଗାୟା କାକରଙ୍କ ପୁଅ ପେଣ୍ଡାୟା କାକର (୩୯) ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ୯, ୩୯, ୪୨, ୪୪, ୪୮(ଏ), ୪୯, ୪୯(ବି), ୫୨ ଓ ୫୭ ଉଲ୍ଲଂଘନ କରିଥିବାରୁ ଏନେଇ ଧାରା ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ମାଲକାନଗିରି ଏସ୍ଡିଜେଏମ୍ଙ୍କ ଅଦାଲତରେ ଆଜି ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ମାଲକାନଗିରି ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ନୋଟରତ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande