
ମାଲକାନଗିରି , ୧୪ ନଭେମ୍ବର (ହି.ସ.)ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ କାଲିମେଳା ପୋଲିସର ପୁଣି ଏକ ବଡ଼ ପଦକ୍ଷେପ। ଗଞ୍ଜେଇ ଚାଷ ବିରୋଧରେ ଅଭିଯାନକୁ ଜୋରଦାର କରି ସଦେରୀ ଓ କୁଟୁଗୁଡ଼ା ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଛି ପୋଲିସ।
ଏହି ଚଢ଼ାଉ ସମୟରେ ପ୍ରାୟ ୧୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ୧୧ ହଜାରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ଠାବ କରାଯାଇଥିଲା। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଛକୁ କାଟିବା ସହ ନିଆଁ ଲଗାଇ ନଷ୍ଟ କରାଯାଇଛି।
ଏହି ଘଟଣାରେ କାଲିମେଳା ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି। କାଲିମେଳା ଥାନା କେସ୍ ନଂ ୨୯୪/୨୬ ଓ ୨୯୫/୨୬, ଏନ୍ଡିପିଏସ୍ ଆଇନର ଧାରା ୨୦(ଏ)(ଆଇ) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।
ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ କହିଛନ୍ତି । କାଲିମେଳା ପୋଲିସର ଏହି ଅଭିଯାନ ନିଶା କାରବାର ବିରୋଧରେ ଏକ ବଡ଼ ସନ୍ଦେଶ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ