ଧର୍ମ ପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ପରଲୋକ
ବଲାଙ୍ଗୀର, ୧୪ ନଭେମ୍ବର(ହି.ସ.) – ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତର ତେଲିପାଲି ଗ୍ରାମର ଧର୍ମପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ୫୫ ବର୍ଷ ବୟସରେ ବୃକକ୍ଜନିତ ରୋଗରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ସ୍ୱ
ଧର୍ମ ପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ପରଲୋକ


ବଲାଙ୍ଗୀର, ୧୪ ନଭେମ୍ବର(ହି.ସ.) – ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତର ତେଲିପାଲି ଗ୍ରାମର ଧର୍ମପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ୫୫ ବର୍ଷ ବୟସରେ ବୃକକ୍ଜନିତ ରୋଗରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ସ୍ୱର୍ଗତା ପଧାନ ଜଣେ ଧର୍ମପରାୟଣା, ସରଳ ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ।ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ଅନିତ ଓ ସୁନିତ, ବଡ଼ ବୋହୂ ମିତା, ନାତୁଣୀ ସ୍ୱସ୍ତିକାଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।

ତାଙ୍କ ଶେଷକୃତ୍ୟ ତେଲିପାଲି ଗ୍ରାମର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଅନିତ ମୁଖାଗ୍ନି ଦେଇଥିଲେ। ମଞ୍ଜୁଲତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande