ଗରଦପୁରରେ ଭତ୍ତା ବଣ୍ଟନ
କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗରଦପୁର ବ୍ଲକ କଳାବୁଦା ମହାଲକ୍ଷ୍ମୀ ମଣ୍ଡପ ଠାରେ ନୂତନ ହିତାଧିକାରୀଙ୍କୁ ମଧୁସୂଦନ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ ବଣ୍ଟନ କାର୍ଯ୍ୟକ୍ର
ଗରଦପୁର ରେ ଭତ୍ତା ବଣ୍ଟନ


କେନ୍ଦ୍ରାପଡ଼ା, ୧୪ ନଭେମ୍ବର (ହି.ସ.)- ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗରଦପୁର ବ୍ଲକ କଳାବୁଦା ମହାଲକ୍ଷ୍ମୀ ମଣ୍ଡପ ଠାରେ ନୂତନ ହିତାଧିକାରୀଙ୍କୁ ମଧୁସୂଦନ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜଙ୍କ ଅଧ୍ୟକ୍ଷତାରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଓ ସାଂସଦଙ୍କ ପ୍ରତିନିଧି ଚିତ୍ତରଞ୍ଜନ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ଅବସରରେ ବ୍ଲକ ର ସମୁଦାୟ ୧୨୫୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ବଡବେତରା ପଞ୍ଚାୟତ ୫୪ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିବା ବେଳେ ବଙ୍ଗାଳପୁର ୧୧୦ ଜଣ, ବନ୍ତଳା ୭୮ ଜଣ, ବେଡାରୀ ୭୮, ଭଗବାନପୁର ୭୩ , ଗରଦପୁର ୯୧, କଳାବୁଦା ୩୯, ପାଖଡ ୭୨, ରାମଚନ୍ଦ୍ରପୁର ୫୪, ସାନଅଢଙ୍ଗା ୭୨, ତଳକୁସମା ୭୩, ତିକନପୁର ୫୩, ତେଣ୍ଡାକୁଡା ୫୩, ପଳସୁଧା ୫୪, ପାଟକୁରା ୮୮, ମଧୁଶାସନ ୪୭, ନଡିଆବରାଇ ୪୭ ଓ ପଦ୍ମପୁର ପଞ୍ଚାୟତର ୬୭ ଜଣ ନୂତନ ହିତାଧିକାରୀଙ୍କୁ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ଉପସ୍ଥିତ ରହି ସଭିଙ୍କୁ ଭତ୍ତା ବଣ୍ଟନ କରିଥଲେ। ଏଥିମଧ୍ୟରୁ ୧୨୨୧ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସମେତ ୨୨ ଜଣଙ୍କୁ ବିଧବା,୮ ଜଣ ଦିବ୍ୟାଙ୍ଗ ୨ ଜଣ ଅବିବାହିତ ଓ ୫ ଜଣ ଛାଡ଼ପତ୍ର ନେଇଥିବା ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଆଲୋକ କୁମାର ସେଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚୈଧୁରୀ ଦିପକ କୁମାର,ଡିଇଓ ଶୁଭଶ୍ରୀ ନାୟକ, ଯୋଗାଣ କର୍ମଚାରୀ ପ୍ରମୋଦ କୁମାର ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚୈତନ୍ୟ ପ୍ରସାଦ ବିଶ୍ବାଳ, ନିଶାନ୍ତ ସାହୁ ପରିଚାଳନା କରିଥିଲେ । ଶେଷରେ ଅତିରିକ୍ତ ବିଡ଼ିଓ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ହିତାଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande