ଓଡ଼ିଶାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ବଂଟନର ଶୁଭାରମ୍ଭ
ଖୋର୍ଦ୍ଧା, ୧୪ ନଭେମ୍ବର(ହି.ସ.) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କରକମଳରେ ବଲାଙ୍ଗୀରର ପଥର ପେଚା ପଡ଼ିଆରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ବଂଟନର ଶୁଭାରମ୍ଭ ହୋଇଯାଇଛି। ରିମୋଟ ବଟନ୍ ଦବ
Pm abash


ଖୋର୍ଦ୍ଧା, ୧୪ ନଭେମ୍ବର(ହି.ସ.) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କରକମଳରେ ବଲାଙ୍ଗୀରର ପଥର ପେଚା ପଡ଼ିଆରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ବଂଟନର ଶୁଭାରମ୍ଭ ହୋଇଯାଇଛି। ରିମୋଟ ବଟନ୍ ଦବାଇ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୌରପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଥର ପେଚା ପଡ଼ିଆ, ବଲାଙ୍ଗୀରର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ୯୧୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଖୋରଧା ଜିଲ୍ଲାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୯୦୦୫୫ ପରିବାରର ସର୍ଭେ କରାଯାଇଥିବାବେଳେ ତନ୍ମଧ୍ୟରୁ ୩୩,୫୧୦ ପରିବାରକୁ ଯୋଗ୍ୟ ବିବେଚିତ କରାଯାଇ ସ୍ଥାୟୀ ଅପେକ୍ଷା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣରେ ଅଗ୍ରାଧିକାର ଭିତିରେ ସ୍ଥାୟୀ ଅପେକ୍ଷା ତାଲିକା ଭୁକ୍ତ ଯଥା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା, ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ଆଦି ହିତାଧିକାରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଆବାସ ମିଳିବ ବୋଲି ସମାରୋହର ମୁଖ୍ୟ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବ୍ଲକର ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଡିଇଜିଏମ୍ ମାନସ କୁମାର ବ୍ରହ୍ମା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ, ହିତାଧିକାରୀ, ସରପଂଚ, ସମିତି ସଭ୍ୟ ସଭ୍ୟା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ସିଆର୍ସିସି ଗୀତାଞ୍ଜଳି ସାହୁ ମଂଚ ସଂଯୋଜନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande