
ନୂଆଦିଲ୍ଲୀ, ୧୪ ନଭେମ୍ବର (ହି.ସ.)। ଛଠ୍ ପର୍ବ ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ରେଳବାଇ ପକ୍ଷରୁ ଦିଲ୍ଲୀ ଅଞ୍ଚଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ବିଶେଷକରି ବିହାର ଓ ଦେଶର ପୂର୍ବାଞ୍ଚଳରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି।
ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଶନିବାର କହିଛନ୍ତି ଯେ, ନଭେମ୍ବର ୧୩ ତାରିଖରେ ଦିଲ୍ଲୀ ଅଞ୍ଚଳରୁ ମୋଟ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଗୋଟିଏ ଅନିର୍ଦ୍ଧାରିତ ଟ୍ରେନ୍ ଚଳାଚଳ କରାଯାଇଥିଲା। ଏଥିରେ ନୂଆଦିଲ୍ଲୀରୁ ୧୧ଟି, ଆନନ୍ଦ ବିହାରରୁ ୭ଟି, ଶକୁରବସ୍ତୀରୁ ୫ଟି, ହଜରତ ନିଜାମୁଦ୍ଦିନରୁ ଗୋଟିଏ, ଦିଲ୍ଲୀ ଜଙ୍କସନରୁ ଗୋଟିଏ ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ସାମିଲ ଥିଲା। ସେହିଦିନ ଯାତ୍ରୀଙ୍କ ଭିଡ଼ ଓ ଚାହିଦାକୁ ଦେଖି ଗୋଟିଏ ଅତିରିକ୍ତ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରାଯାଇଥିଲା।
ଉପାଧ୍ୟାୟ କହିଛନ୍ତି ଯେ, ନଭେମ୍ବର ୧୪ ତାରିଖରେ ଦିଲ୍ଲୀ ଅଞ୍ଚଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରୁ ୨୭ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ରହିଛି। ଏଥିରେ ନୂଆଦିଲ୍ଲୀରୁ ୯ଟି, ଆନନ୍ଦ ବିହାରରୁ ୫ଟି, ଶକୁରବସ୍ତୀରୁ ୭ଟି, ହଜରତ ନିଜାମୁଦ୍ଦିନରୁ ୩ଟି, ଦିଲ୍ଲୀ ଜଙ୍କସନରୁ ୨ଟି ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଦିନ ମଧ୍ୟ ଯାତ୍ରୀଙ୍କ ଭିଡ଼ ଓ ଚାହିଦା ଅନୁଯାୟୀ ଅତିରିକ୍ତ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ।
ସେ ଆହୁରି କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଦିଲ୍ଲୀ ଅଞ୍ଚଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରୁ ୨୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ରହିଛି। ଏଥିରେ ନୂଆଦିଲ୍ଲୀରୁ ୭ଟି, ଆନନ୍ଦ ବିହାରରୁ ୭ଟି, ଶକୁରବସ୍ତୀରୁ ୨ଟି, ହଜରତ ନିଜାମୁଦ୍ଦିନରୁ ୩ଟି, ଦିଲ୍ଲୀ ଜଙ୍କସନରୁ ୨ଟି ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଦିନ ମଧ୍ୟ ଯାତ୍ରୀଙ୍କ ଭିଡ଼ ଓ ଚାହିଦା ଅନୁଯାୟୀ ଅତିରିକ୍ତ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା