

ଜୟପୁର,୧୪ ନଭେମ୍ବର (ହି.ସ.)-
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଓ ଅରବିନ୍ଦ ନଗର ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ଓ ସହଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସାରଦା ବିହାର ଠାରେ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଶ୍ରୀନାଥ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଶିଷ୍ଟ ସାହିତ୍ୟ ପ୍ରେମୀ ତଥା ସମାଜସେବୀ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସଂପାଦକ ତପନ କିରଣ ତ୍ରିପାଠୀ, ଗୁରୁମା ଶ୍ରୀମତୀ ନନ୍ଦିନୀ ବେହେରା ଏବଂ ଶ୍ରୀମତୀ ଗୀତାଞ୍ଜଳି ସାହୁ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶିଶୁ ଭଉଣୀ ସମୀକ୍ଷା ତ୍ରିପାଠୀ, ମିନାକ୍ଷା ସ୍ୱାଇଁ ଏବଂ ଅର୍ପିତା କରଙ୍କ ବୌଦ୍ଧିକ ଏବଂ ସାଇପ୍ରଜ୍ଞା ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଙ୍ଗୀତ ଗାନ ପରେ ପରେ ଗୁରୁମାମାନଙ୍କ ଦ୍ୱାରା ଶିଶୁ ଦିବସର ମହତ୍ତ୍ୱ ବିଷୟରେ ବୌଦ୍ଧିକ ପ୍ରଦାନ କରାଯାଇଥିଲା । ଏହାପରେ ମୁଖ୍ୟ ଆକର୍ଷଣ ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ଶିଶୁ ଜୀବନର ମହତ୍ତ୍ୱ, ସେମାନଙ୍କର ଏହି ଜୀବନକୁ ଉପଭୋଗ କରିବାର ଆବଶ୍ୟକତା, ଶିଶୁର ସରଳ ଜୀବନରେ ଉଚ୍ଚ ଆକାଂକ୍ଷା ଭରି ରହିଥିବା ସମ୍ପର୍କରେ, ସେମାନଙ୍କ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଇତ୍ୟାଦି ବିଷୟରେ ବୌଦ୍ଧିକ ପ୍ରଦାନ କରାଯାଇଥିଲା । ଶିଶୁ ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା – ଚିତ୍ରାଙ୍କନ, ବକ୍ତୃତା, ଦେଶାତ୍ମବୋଧ ସଂଗୀତ ଏବଂ ଭଜନ ଇତ୍ୟାଦି କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ତିନିଜଣ ଶିଶୁଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ତଥା ମାନପତ୍ର ବିତରଣ କରାଯାଇଥିଲା । ଏହାପରେ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ଉପଲକ୍ଷେ ସହଭୋଜ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରିଥିଲେ ଶ୍ରୀମତୀ କେ. ଲଳିତା ଗୁରୁମା, ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମହାପାତ୍ର ଗୁରୁଜୀ ଏବଂ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରାଇବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ତଥା ଅନ୍ୟାନ୍ୟ ସେବାବ୍ରତୀ ପୂର୍ଣ୍ଣମାତ୍ରାରେ ଅତି ଉତ୍ସାହର ସହିତ ସହଯୋଗ କରିଥିଲେ । ସେହିପରି ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ଶିଶୁଦିବସ, ସହଭୋଜ ଏବଂ ଶିଶୁଶିବିର କାର୍ଯ୍ୟକ୍ରମ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟl ତନ୍ମୟୀ ପଟ୍ଟନାୟକ ( ନନ୍ଦପୁର ସରକାରୀ ବିଦ୍ୟାଳୟ ଶିକ୍ଷୟତ୍ରୀ ) ଉପସ୍ଥିତ ଥିଲେ l ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ନିବେଦିତା ବିଶୋୟୀ, ସମ୍ପାଦକ ମିହିର କୁମାର ମିଶ୍ର ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ଯ ରାଜେଶ କୁମାର ବାହିନୀପତି ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଟି ଅତି ଆନନ୍ଦରେ ପାଳିତ ହୋଇଯାଇଛି l ଶିଶୁ ଭାଇ ଭଉଣୀ ମାନେ ଆଜି ଦିନର ମହତ୍ତ୍ଵ ବିଷୟରେ କିଛି କହିଥିଲେ ଏବଂ ମୁଖ୍ୟ ଅତିଥି ଶିଶୁଦିବସ ବିଷୟରେ କିଛି ବୌଦ୍ଧିକ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ପରେ ବିଦ୍ୟାଳୟର ପୁରାତନ ଗୁରୁମା ପି. ସୁଶିଳାଙ୍କୁ ଅବସରକାଳୀନ ସମ୍ଵର୍ଦ୍ଧନା ଦିଆଯାଇଥିଲା l ଆଧାର ସ୍ତରର (ଅରୁଣରୁ ୨ୟ)ଶିଶୁ ଭାଇ ଭଉଣୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ରଙ୍ଗ ଫୁଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ, ପ୍ରସ୍ତୁତି ସ୍ତର ( ୩ୟ ରୁ ୫ମ )ଶିଶୁ ଭାଇ ଭଉଣୀ ମାନଙ୍କ ନିମନ୍ତେ ପାହାଡ଼ ଶିବ ମନ୍ଦିର ଏବଂ କୋର୍ଟ ପାର୍କ ପରିଦର୍ଶନ କାର୍ଯ୍ୟକ୍ରମ, ମଧ୍ୟ ସ୍ତର (୬ ରୁ ୮ ମ) ଶିଶୁ ଭାଇ ଭଉଣୀ ପଞ୍ଚାୟତ ସମିତି ଭ୍ରମଣ ଏବଂ ମାଧ୍ୟମିକ ସ୍ତର (୯ମ ରୁ ୧୦ମ ) ଶିଶୁ ଭାଇ ଭଉଣୀ ମାନେ ଏକଟାଗୁଡା ଗ୍ରାମ୍ୟ ପରିଦର୍ଶନ କାର୍ଯ୍ୟକ୍ରମ ହୋଇଯାଇଛି l ଶିଶୁଙ୍କ ଆନନ୍ଦ ନିମନ୍ତେ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ ସିନେମା ଦେଖାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଶିଶୁ ଭାଇ ଭଉଣୀ ସହଭୋଜ କରି ଘରକୁ ପ୍ରସ୍ଥାନ କରିଥିଲେ l ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କୋଷାଧ୍ୟକ୍ଷ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗରେ କାର୍ଯ୍ୟକ୍ରମଟି ଅତି ଆନନ୍ଦରେ ପାଳିତ ହୋଇଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି