କଦମପଡାଶିଶୁ ମନ୍ଦିରରେ “ଶିଶୁ ଦିବସ” ଓ “ଶିଶୁ ଶିବିର” ଅନୁଷ୍ଠିତ
ବଲାଙ୍ଗିର, ୧୪ ନଭେମ୍ବର (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଶିଶୁଦିବସ ଓ ଶିଶୁ ଶିବିର ଅନୁଷ୍ଠିତ ବିଦ୍ୟାଳୟର ସଭାପତି ଡଃ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ତ୍ବରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମଦନ ମୋହନ
କଦମପଡାଶିଶୁ ମନ୍ଦିରରେ “ଶିଶୁ ଦିବସ” ଓ “ଶିଶୁ ଶିବିର” ଅନୁଷ୍ଠିତ


କଦମପଡାଶିଶୁ ମନ୍ଦିରରେ “ଶିଶୁ ଦିବସ” ଓ “ଶିଶୁ ଶିବିର” ଅନୁଷ୍ଠିତ


ବଲାଙ୍ଗିର, ୧୪ ନଭେମ୍ବର (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଶିଶୁଦିବସ ଓ ଶିଶୁ ଶିବିର ଅନୁଷ୍ଠିତ ବିଦ୍ୟାଳୟର ସଭାପତି ଡଃ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ତ୍ବରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଛାତ୍ରୀମାନେ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଜି ପ୍ରାତଃ କାଳରେ ବିଦ୍ୟାଳୟର ଘୋଷ ଦଳ ନଗର ପରିକ୍ରମା କରିଥିଲା । ଶିଶୁ ବକ୍ତା ରୂପେ ସାଇଶୃତି ବେହେରା, ସୁପ୍ରିୟାଂଶୁ ବେହେରା, ଅଭିଜିତ୍ ତ୍ରିପାଠୀ, ରାଜ ରାଜେଶ୍ଵରୀ ନାଏକ ପ୍ରମୁଖ ଜବାହାର ଲାଲ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସଂଯୋଜନା ଛାତ୍ରୀ ସ୍ବିକୃତି କର୍ମୀ, ଅଂଶୁମାନ ପଣ୍ଡା, ଦେବପ୍ରକାଶ ସାହୁ, ପ୍ରତୀକ ପଧାନ, ପ୍ରଣୀତା ସାଏ ଓ ଆଦିତ୍ୟ ପାଢୀ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ, ଶିଶୁଙ୍କୁ ଗଠନ କରିବା ତଥା ରାଷ୍ଟ୍ର ହିତରେ ଲଗାଇବା ପାଇଁ ଉତ୍ସାହିତ କରିବା ଉଚିତ୍ । ସଭାପତି ମଧ୍ୟ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଗୁରୁମା ଭାରତୀ ସାହୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ୍ ଦେଇଥିଲେ । ଏହିପରି ଗୁରୁମା ଶ୍ରଦ୍ଧାଞ୍ଜଳୀ ପାଣିଗ୍ରାହୀଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା । ଏହାପରେ ୨୦୬ ଜଣ ଶିଶୁଙ୍କୁ ନେଇ ବାଲ୍ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଥିଲା । ବାଲ ଶିବିରରେ ଅବସର ପ୍ରାପ୍ତ ବରିଷ୍ଠ ହୋମିଓପାଥି ଚିକିତ୍ସକ ଅଶୋକ ସେଠି ଓ କନ୍ୟା ଶିବିରରେ ଆର୍ୟୁବେଦିକ ଡାକ୍ତର ମନୀଶା ସିଂ କୈଶୋର ବୟସ ଅବସରରେ ବିଭିନ୍ନ ଦିଗର ମାର୍ଗଦର୍ଶନ କରିଥିଲେ । ସାମୁହିକ ଚର୍ଚ୍ଚା କ୍ୟାରିୟର ଗାଇଡେନ୍ସ ଉପରେ ଜେ.ଏସ୍ .ଏମ୍. ମହା ବିଦ୍ୟାଳୟର ଅଧ୍ୟକ୍ଷ ମନସ୍ମିତା ମିଶ୍ର ଆଲୋଚନା କରିଥିଲେ । ଶେଷରେ ଛାତ୍ରୀ ଲୋପାମୁଦ୍ରା ସାହୁ ଓଡିଶୀ, ସଂପର୍ଣ୍ଣା ମିଶ୍ର ଓ ବିଷ୍ଣୁପ୍ରିୟା ସାହୁ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହିପରି ଭାବେ ଗୁରୁମା ରିକୁନ ଦାଶଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସମ୍ପୁର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande