ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ଓ ସୁରକ୍ଷିତ ଶିଶୁ ବିକଶିତ ଭାରତ ଉଦ୍ଘାଟିତ।
ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ଓ ସୁରକ୍ଷିତ ଶିଶୁ ବିକଶିତ ଭାରତ ଉଦ୍ଘାଟିତ।
ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ଓ ସୁରକ୍ଷିତ ଶିଶୁ ବିକଶିତ ଭାରତ ଉଦ୍ଘାଟିତ।


ଅରୁଣୋଦୟ ଭିନ୍ନକ୍ଷମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ଓ ସୁରକ୍ଷିତ ଶିଶୁ ବିକଶିତ ଭାରତ ଉଦ୍ଘାଟିତ।


ସମ୍ବଲପୁର, ୧୪, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଅରୁଣୋଦୟ ବିଦ୍ୟାଳୟ ପରିସରରେ ଆଜି ଶିଶୁ ମହୋତ୍ସବ ୨୦୨୬ ମହାଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେବ ଓ ମୁଖ୍ୟବକ୍ତା ଭାବରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ସମ୍ମାନିତ ଅତିଥି ଭାବରେ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ, ବ୍ଲକ ଅଧକ୍ଷ ଭୁବନେଶ୍ୱର କିସାନ, ଏସଡିପିଓ ପ୍ରଦୀପ କୁମାର ଦାସ, ଆଇଆଇସି ରାଧାକାନ୍ତ ବାରିକ, ଏସଡିଏମଓ ଡଃ ସୁବୋଧ କୁମାର ନାୟକ, ଡଃ ଶରତ ଚନ୍ଦ୍ର ଗୌନ୍ତିଆ, ଏସଡିଭିଓ ଡଃ ପ୍ରସନ୍ନ କୁମାର ସାମଲ, ବରିଷ୍ଠ ନାଗରିକ ସଂଘ ସଭାପତି ଧୀରେନ୍ଦ୍ର ମହାନ୍ତି, ଅରୁଣୋଦୟ ସ୍କୁଲ ସମ୍ପାଦକ ମନୋଜ କୁମାର ସାହୁ, ଆଇସିଡିଏସ ସୁପର୍ ଭାଇଜର ଯମୁନା ବାଘ, ଏନଏସଏସ ସଂଯୋଜିକା ଖୁସିଆର ବେଗମ, ଆରତୀ ନାୟକ,ଶିଶୁ ସୁରକ୍ଷା ଉପଖଣ୍ଡ ଅଧିକାରୀ ସରିତା ମହାପାତ୍ର , ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ଗୋପାଳ ଚନ୍ଦ୍ର ମିଶ୍ର , ପଦ୍ମନାଭ ବେହେରା, ତୁଲାରାମ ସାହୁ, ନନ୍ଦଳାଲ ପଟେଲ, କୃଷି ଅଧିକାରୀ ରୋଜାଲିନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ତାବଲାକଟା, ମନ୍ତ୍ରୀମୁଣ୍ଡା ଓ ତେଲିତିଲେଇମାଲ ଶିଶୁ ସଂଘରୁ ଆସିଥିବା ଶିଶୁମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିଶୁମାନେ ନିଜ ନିଜର ନୃତ୍ୟ ଓ ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ମନ ମୋହିଥିଲେ। ଏହା ସହିତ କୁଚିଣ୍ଡା କଲେଜର ଏନ୍.ଏସ୍.ଏସ୍. ଛାତ୍ରଛାତ୍ରୀମାନେ ନିଶା ନିବାରଣ ଉପରେ ଏକ ସଚେତନତାମୂଳକ ପରିବେଷଣ କରିବା ସହ ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ। ଅରୁଣୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ନୃତ୍ୟ ପରିବେଷଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୋପ ସମ୍ପାଦକ ପ୍ରଦୀପ କୁମାର ମହକୁଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହାପରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଇଙ୍କୁ ଆହ୍ୱାନ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।ଏହି ଅବସରରେ ସୁରକ୍ଷିତ ଶିଶୁ ବିକଶିତ ଭାରତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ଉପସ୍ଥିତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଶିଶୁ ମହୋତ୍ସବର ମହତ୍ତ୍ୱ ଓ ଉଦ୍ଦେଶ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ଅଧିକାର, ପ୍ରତିଭାର ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ପରେ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଶିଶୁମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶୁଭମ୍ ବାରିକଙ୍କୁ ସୋସିଆଲ ମିଡିଆ ଉତ୍ତମ ପରିଚାଳନା ,ଆସାମ ଗୌହାଟୀ ଠାରେ ଜାତୀୟ ଶିଶୁ ସଂସଦ ସମ୍ମିଳନୀ ରେ ଯୋଗଦାନ କରି କୈବଲ୍ୟ ମଞ୍ଜରୀ ନାଏକ ଓ ଅଙ୍କିତା ହାତୀ ଶିଶୁ ଙ୍କ ଅଧିକାର ସମ୍ପର୍କରେ ଉପସ୍ଥାପନ କରିବା ସହ ଉତ୍ତମ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ସାର୍ଟିଫିକେଟ୍ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୁରଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅରୁଣୋଦୟ ବିଦ୍ୟାଳୟର ଶିଶୁ , ଶିଶୁ ସଂଘର ସଦସ୍ୟ ସଦସ୍ୟା, ସିଆରପି, ଏମବିକେ, କୃଷୀମିତ୍ର ଉପସ୍ଥିତ ଥିଲେ । ଏହା ସହିତ ରୋପ କର୍ମକର୍ତ୍ତା ବିମଳ ମେହେର, ଭୂମିଶ୍ଵେତା ଧୁରୁଅ, ଜୁଲି ମହନ୍ତ, ଆରତୀ ମିଞ୍ଜ, ଦୁଷିଲା ବୁଡା, ଏବଂ ଗୋଡସ ପାୱାର ବ୍ଲେସିଂ ମିନିଷ୍ଟ୍ରି ସ୍ୱେଚ୍ଛାସେବୀ ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande