

ଭୁବନ, ୧୪ ନଭେମ୍ବର(ହି.ସ.) – ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡ଼େଇରଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବ ସପ୍ତାହ ଉଦ୍ଯାପିତ ହୋଇଯାଇଛି। ଟାଟାଷ୍ଟିଲ ଫାଉଣ୍ଡେସନ ଓ ଚଡ଼େଇରଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିରାଶାଳ କ୍ଲଷ୍ଟରର ସିଆର୍ସିସି ସୁଶୀଲ କୁମାର ନାୟକ ମୁଖ୍ୟଅତିଥି, ସମ୍ମାନୀତ ଅତିଥି ଭାବରେ ଟାଟାଷ୍ଟିଲ ଫାଉଣ୍ଡେସନର କଙ୍କଡ଼ାହାଡ଼ ବ୍ଲକ୍ ମୁଖ୍ୟ ସୌମ୍ୟରଞ୍ଜନ ସାହୁ, ଲର୍ଣ୍ଣିଂ କୋଅର୍ଡିନେଟର ହରପ୍ରସାଦ ମହାନ୍ତ, ସିଏଲ୍ଏଫ୍ ଉପେନ୍ଦ୍ର ଦାସ, ମିତୁ ସାହୁ, କୁନ୍ତଳା ଦେହୁରୀ, ଶାନ୍ତି ହୋନନାଗା, ଚିଙ୍ଗୁଡ଼ିପାଳ ଗ୍ରାମ ପଂଚାୟତର ସରପଂଚ ଅଞ୍ଜଳୀ ଦେହୁରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାୟାଧର ଦେହୁରୀ, ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା ପ୍ରମୁଖ ଯୋଗଦେଇ ଶିଶୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୁରୁଜ, ଚିତ୍ରାଙ୍କନ, ମାଟି କାରୁକାର୍ଯ୍ୟ ପ୍ରଦର୍ଶନ ସହ ବକ୍ତୃତା, ଦଳଗତ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା। ପୋଷଣ ଶିଳ୍ପକଳାରେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟର ଛାତ୍ର ସବ୍ୟସାଚୀ ଦେହୁରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ, ପରିଚାଳନା କମିଟି ଉପସଭାପତି ଭାରତୀ ଦେହୁରୀଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ