ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ ଠାରେ ଶିଶୁ ଦିବସ, ବାଲ ଶିବିର ଓ କନ୍ୟା ଶିବିର ପାଳିତ
ବଲାଙ୍ଗିର, 14 ନଭେମ୍ବର (ହି.ସ.) ଅଦ୍ୟ ଶନିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ, ବଲାଙ୍ଗୀର ଠାରେ ''ଶିଶୁ ଦିବସ'' ଅବସରରେ ବାଲ ଶିବିର ଓ କନ୍ୟା ଶିବିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ମାନନୀୟ ଡ. ଗୋଦାବରୀଶ ରଥଙ୍କ ଅଧ୍ୟକ୍ଷତାରେ
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ ଠାରେ ଶିଶୁ ଦିବସ, ବାଲ ଶିବିର ଓ କନ୍ୟା ଶିବିର ପାଳିତ


ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ ଠାରେ ଶିଶୁ ଦିବସ, ବାଲ ଶିବିର ଓ କନ୍ୟା ଶିବିର ପାଳିତ


ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ ଠାରେ ଶିଶୁ ଦିବସ, ବାଲ ଶିବିର ଓ କନ୍ୟା ଶିବିର ପାଳିତ


ବଲାଙ୍ଗିର, 14 ନଭେମ୍ବର (ହି.ସ.)

ଅଦ୍ୟ ଶନିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଛକ, ବଲାଙ୍ଗୀର ଠାରେ 'ଶିଶୁ ଦିବସ' ଅବସରରେ ବାଲ ଶିବିର ଓ କନ୍ୟା ଶିବିର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟ ପରିଚାଳନା ସମିତିର ଉପ-ସଭାପତି ମାନନୀୟ ଡ. ଗୋଦାବରୀଶ ରଥଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ଶିଶୁ ଭାଇଭଉଣୀମାନଙ୍କୁ ଶିଶୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ।ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରୀୟ ବିଦ୍ୟାଳୟ, ବଡ଼ମାଲର ଅଧ୍ୟାପକ ଶ୍ରୀଯୁକ୍ତ ରାଜମଣି ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ବୌଦ୍ଧିକ ବିକାଶ ସମ୍ପର୍କରେ ବୁଝାଇଥିଲେ। ଶେଷରେ କନ୍ୟା ଶିବିର ଅନ୍ତର୍ଗତ ଭଉଣୀମାନଙ୍କୁ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧରେ ସଚେତନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande