ଜିଲ୍ଲା ପରେ ଏବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଦମ୍ପତି ଓଡ଼ିଶାର ପ୍ରଥମ ଦମ୍ପତି ଭାବେ ଏହି ଗୌରବ ହାସଲ; ଗତବର୍ଷ ଜିଲ୍ଲାସ୍ତରୀୟ , ଚଳିତବର୍ଷ ରାଜ୍ୟସ୍ତରରେ ସଫଳତା
ଜୟପୁର, ୧୪ ନଭେମ୍ବର (ହି.ସ.) - ଶିକ୍ଷା କ୍ଷେତ୍ରରେ ନିଷ୍ଠା, ସମର୍ପଣ ଓ ନୂତନ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶାର ଶିକ୍ଷାଜଗତରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ଏକ ଶିକ୍ଷକ ଦମ୍ପତି। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରି ଏହି ଦମ୍ପତି ସମଗ୍ର କ
ଜିଲ୍ଲା ପରେ ଏବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଦମ୍ପତି  ଓଡ଼ିଶାର ପ୍ରଥମ ଦମ୍ପତି ଭାବେ ଏହି ଗୌରବ ହାସଲ; ଗତବର୍ଷ ଜିଲ୍ଲାସ୍ତରୀୟ , ଚଳିତବର୍ଷ ରାଜ୍ୟସ୍ତରରେ ସଫଳତା


ଜୟପୁର, ୧୪ ନଭେମ୍ବର (ହି.ସ.) - ଶିକ୍ଷା କ୍ଷେତ୍ରରେ ନିଷ୍ଠା, ସମର୍ପଣ ଓ ନୂତନ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶାର ଶିକ୍ଷାଜଗତରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ଏକ ଶିକ୍ଷକ ଦମ୍ପତି। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରି ଏହି ଦମ୍ପତି ସମଗ୍ର କୋରାପୁଟ ଜିଲ୍ଲା ସହିତ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମଳାର ହିନ୍ଦୀ ଶିକ୍ଷକ ଶ୍ରୀ ବିକାଶ କୁମାର ଭୋଇ ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନ୍ତାର ହିନ୍ଦୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ନାୟକ ଏହି ସମ୍ମାନଜନକ ପୁରସ୍କାର ପାଇ ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବିଶେଷ ଉଲ୍ଲେଖନୀୟ ବିଷୟ ହେଉଛି, ଉପଲବ୍ଧ ତଥ୍ୟ ଅନୁସାରେ ଏହି ଦମ୍ପତି ଓଡ଼ିଶାର ପ୍ରଥମ ଶିକ୍ଷକ ଦମ୍ପତି ଯାହାକୁ ଗତ ବର୍ଷ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିଲା ଏବଂ ଚଳିତ ବର୍ଷ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।

କୋରାପୁଟ ତଥା ଓଡ଼ିଶା ପାଇଁ ଏହା ଗର୍ବର ବିଷୟ। ଓଡ଼ିଶା ପାଇଁ ଏହା ଏକ ଐତିହାସିକ ଘଟଣା। ଏହି ସଫଳତାର ଯାତ୍ରା ଗତ ବର୍ଷ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରୁ ଆରମ୍ଭ ହୋଇଥିଲା। ଉଭୟେ ଗତ ବର୍ଷ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଚଳିତ ବର୍ଷ ରାଜ୍ୟସ୍ତରରେ ଏହି ସମ୍ମାନ ହାସଲ କରି ନିଜର ସଫଳତାର ଧାରାକୁ ଆହୁରି ଉଚ୍ଚତର ସ୍ତରକୁ ନେଇଛନ୍ତି।

ଶିକ୍ଷାଦାନକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ନୂତନ ଓ ସୃଜନଶୀଳ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା, ଡିଜିଟାଲ ଶିକ୍ଷା, ଶିକ୍ଷଣ ସାମଗ୍ରୀର ଉପଯୋଗ ଏବଂ ବିଭିନ୍ନ ଅଭିନବ ଶିକ୍ଷାମୂଳକ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାଦାନକୁ ଆନନ୍ଦଦାୟକ କରିବା ଦିଗରେ ଉଭୟଙ୍କ ଉଦ୍ୟମ ଉଲ୍ଲେଖନୀୟ।

ଏହି ଦମ୍ପତିଙ୍କ ସଫଳତାରେ ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଶିକ୍ଷାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଗୋଟିଏ ଉପାନ୍ତ ଅଂଚଳର ବିଦ୍ୟାଳୟରୁ ନିଜର ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ରାଜ୍ୟସ୍ତରରେ ପରିଚୟ ସୃଷ୍ଟି କରିବା ନିଶ୍ଚିତ ଭାବେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande