ସାମରିକ ପରିବାର ହେଉଛି ଦେଶର ଶକ୍ତି ଏବଂ ଗୌରବମୟ ପରମ୍ପରାର ପ୍ରତୀକ : ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ, ୧୪ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ କ୍ରାନ୍ତି ଧାରା ମିରଟରେ ଆୟୋଜିତ ହେବାକୁ ଥିବା ''ପୂର୍ବତନ ସୈନିକ ପୁନର୍ମିଳନ ସମାରୋହ'' ରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ''ଏକ୍ସ'' ରେ ଲେଖିଥିଲେ
COUNCIL SCHOOL BEING TRANSFORMED DIGITAL EDUCTION


ଲକ୍ଷ୍ନୌ, ୧୪ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ କ୍ରାନ୍ତି ଧାରା ମିରଟରେ ଆୟୋଜିତ ହେବାକୁ ଥିବା 'ପୂର୍ବତନ ସୈନିକ ପୁନର୍ମିଳନ ସମାରୋହ' ରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ରେ ଲେଖିଥିଲେ ଯେ, ରାଜ୍ୟର ୫.୧୯ ଲକ୍ଷ ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ବ୍ୟକ୍ତ କରିବା ଏକ ସୌଭାଗ୍ୟର ବିଷୟ ହେବ। ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକଙ୍କ ଏହି ବିଶାଳ ସାମରିକ ପରିବାର ରାଷ୍ଟ୍ରର ଶକ୍ତି ଏବଂ ଆମର ଗୌରବମୟ ପରମ୍ପରାର ପ୍ରତୀକ।

ନୂତନ ଭାରତ ନିଜର ସୈନିକମାନଙ୍କ ସମ୍ମାନ ଏବଂ ସାମର୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି :-

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶରେ ପ୍ରତିବର୍ଷ ଅବସର ଗ୍ରହଣ କରୁଥିବା ପାଖାପାଖି ୬୦ ହଜାର ସୈନିକଙ୍କ ମଧ୍ୟରୁ ୧୦ ହଜାରରୁ ୧୨ ହଜାର ଉତ୍ତର ପ୍ରଦେଶର । ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଯୋଗଦାନର ଏହା ଏକ ପ୍ରମାଣ। ପୂର୍ବ ସରକାରମାନେ ଦଶନ୍ଧି ଦଶନ୍ଧି ଧରି 'ଏକ ପାହ୍ୟା-ଏକ ପେନସନ କୁ ବିଚାରାଧୀନ ରଖିଥିଲେ। ସୈନିକ ଏବଂ ସହିଦ ପରିବାର ପ୍ରତି ସମ୍ମାନ ତାଙ୍କ ପ୍ରାଥମିକତା ମଧ୍ୟରେ ନଥିଲା। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ଭାରତ ସୈନିକମାନଙ୍କ ସମ୍ମାନ ଏବଂ ସାମର୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି।

ଉତ୍ତର ପ୍ରଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏକ ନୂତନ କେନ୍ଦ୍ର ପାଲଟିଛି :-

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, 'ଅପରେସନ ସିନ୍ଦୁର' ରେ ଭାରତୀୟ ସେନାର ବୀରତ୍ଵ ଠାରୁ ଆରମ୍ଭ କରି ୟୁପି ଡିଫେନ୍ସ କରିଡର ଏବଂ ଲକ୍ଷ୍ନୌରେ ବ୍ରହ୍ମୋସ ନିର୍ମାଣ ପର୍ଯ୍ୟନ୍ତ, ଉତ୍ତର ପ୍ରଦେଶ ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାର ନୂତନ କେନ୍ଦ୍ର ପାଲଟିଛି। ଡବଲ୍ ଇଞ୍ଜିନ୍ ସରକାର ସହିଦଙ୍କ ନିକଟ ସମ୍ପର୍କୀୟଙ୍କୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଜଣେ ନିର୍ଭରଶୀଳ ବ୍ୟକ୍ତିଙ୍କୁ ସରକାରୀ ଚାକିରି, ଅଗ୍ନିବୀରଙ୍କ ପାଇଁ ୟୁ.ପି. ପୋଲିସରେ ୨୦ ପ୍ରତିଶତ ସଂରକ୍ଷଣ ଏବଂ ଗ୍ରୁପ୍ 'ବି' ପଦବୀରେ ୫ ପ୍ରତିଶତ ସଂରକ୍ଷଣ ଭଳି ଦୃଢ଼ ପଦକ୍ଷେପ ନେଇଛନ୍ତି। ସୈନିକମାନଙ୍କ ସମ୍ମାନ, ସହିଦ ପରିବାରଗୁଡ଼ିକର ଶକ୍ତି ଏବଂ ପୂର୍ବତନ ସୈନିକମାନଙ୍କ କଲ୍ୟାଣକୁ ମୁଖ୍ୟମନ୍ତ୍ରୀ ଏକ ଜାତୀୟ ସଂକଳ୍ପ ବୋଲି ବର୍ଣ୍ଣନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande