ଆମେରିକା: ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣା ୪ ଘଣ୍ଟା ପରେ ହଟିଲା, ୮ ହଜାର ବିମାନ ଉଡ଼ାଣ ବାତିଲ
ୱାଶିଂଟନ, ୧୪ ନଭେମ୍ବର (ହି.ସ.)। ଆମେରିକାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଯୋଗାଯୋଗ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିଲା। ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ସୁରକ୍ଷା ଦୃଷ୍ଟିରୁ ଦେଶର ସମସ୍ତ ବିମାନ
अमेरिका में उड़ानों पर लगी रोक चार घंटे बाद हटाई गई


ୱାଶିଂଟନ, ୧୪ ନଭେମ୍ବର (ହି.ସ.)। ଆମେରିକାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଯୋଗାଯୋଗ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିଲା। ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ସୁରକ୍ଷା ଦୃଷ୍ଟିରୁ ଦେଶର ସମସ୍ତ ବିମାନବନ୍ଦରରେ ବିମାନ ଉଡ଼ାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଚାରି ଘଣ୍ଟା ପରେ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଥିଲା।

ଏଫଏଏର ଏହି ନିର୍ଦ୍ଦେଶ ଯୋଗୁଁ ଏହି ସମୟ ମଧ୍ୟରେ ୮,୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଥିବା ବେଳେ ପ୍ରାୟ ୧୫ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ। ବିମାନ ଚଳାଚଳ ସ୍ୱାଭାବିକ ହେବାକୁ ଲାଗିଥିଲେ ମଧ୍ୟ ଶନିବାର ଦିନ ମଧ୍ୟ ବହୁ ସଂଖ୍ୟକ ବିମାନ ଉଡ଼ାଣ ବାତିଲ କରିବାକୁ ପଡ଼ିଥିଲା।

ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ସାଇବର ଆକ୍ରମଣର ସଙ୍କେତ ମିଳିନାହିଁ ଏବଂ ଏହି ପରିସ୍ଥିତି ୯/୧୧ ଭଳି ନୁହେଁ। ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ମାର୍କୱେନ୍ ମୁଲିନ୍ କହିଛନ୍ତି ଯେ, ଦେଶର ସମସ୍ତ ବିମାନବନ୍ଦରରେ ଲାଗୁ କରାଯାଇଥିବା ଗ୍ରାଉଣ୍ଡ ଷ୍ଟପ୍ ପଛରେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କୌଣସି ବିପଦ ଥିବାର ସଙ୍କେତ ମିଳିନାହିଁ। ଏହା ଦୂରସଂଚାର ବ୍ୟବସ୍ଥାରେ ଦେଖାଦେଇଥିବା ଏକ ବାଧା ଯୋଗୁଁ ଘଟିଛି। ଯାତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସେ ସମସ୍ତଙ୍କ ସୁରକ୍ଷା ନେଇ ଆଶ୍ୱସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ ଘଟଣା, ଯେଉଁଥିରେ ସମଗ୍ର ଦେଶରେ ଏକକାଳୀନ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande