ୱାକାଥନ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ପୂର୍ବ ତଟ ରେଳପଥ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ
ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ମଧୁମେହ ନିରାକରଣ, ଶୀଘ୍ର ଚିହ୍ନଟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ଶନିବାର ଭୁବନେଶ୍ୱର ମେଂଚଶ୍ୱରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି। ଏହି ଅବସରରେ ମଧୁମେହର ପ୍ରତି
ukui


ଭୁବନେଶ୍ୱର,୧୪ ନଭେମ୍ବର (ହି.ସ)- ମଧୁମେହ ନିରାକରଣ, ଶୀଘ୍ର ଚିହ୍ନଟ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ଶନିବାର ଭୁବନେଶ୍ୱର ମେଂଚଶ୍ୱରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟଠାରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି। ଏହି ଅବସରରେ ମଧୁମେହର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ଉପରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଚଳିତ ବର୍ଷର ବିଷୟବସ୍ତୁ “ମଧୁମେହ ଉପରେ ଶୀଘ୍ର ପଦକ୍ଷେପ” ମଧୁମେହର ମୁକାବିଲା ପାଇଁ ସମୟୋଚିତ ଚିକିତ୍ସା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପ୍ରତିଷେଧକ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା। ଏହି ଅବସରରେ ରେଳ ସଦନରୁ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା। ଏଥିରେ ରେଳପଥର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷାର ଅଂଶସ୍ୱରୂପ ଉପବାସ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା। ଏଥିସହ କେନ୍ଦ୍ରୀୟ ଚିକିତ୍ସାଳୟର ସଭାଗୃହରେ ଏକ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯିବା ସହ ସୁସ୍ଥ ଖାଦ୍ୟାଭ୍ୟାସ ଓ ମଧୁମେହ ପ୍ରତିରୋଧ ଉପରେ ଏକ ସ୍ୱାସ୍ଥ୍ୟ ଶିକ୍ଷା ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା।

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ୱାକାଥନ୍ ରେ ଯୋଗଦେବା ସହ ଖାଦ୍ୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ମଧୁମେହ ସମ୍ପର୍କରେ ସଚେତନତା, ସୁସ୍ଥ ଖାଦ୍ୟାଭ୍ୟାସ, ରୋଗର ଶୀଘ୍ର ଚିହ୍ନଟ ଏବଂ ଏହାର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପର ଗୁରୁତ୍ୱକୁ ଉଜାଗର କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande