ବିଶ୍ୱ ମଧୁମେହ ଦିବସ ଅବସରରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୧୪ ନଭେମ୍ବର (ହି.ସ.) - ବିଶ୍ୱ ମଧୁମେହ ଦିବସ ଅବସରରେ ରୋଟାରୀ କ୍ଲବ ଅଫ୍ କେନ୍ଦୁଝରଗଡ଼ ପକ୍ଷରୁ ନଭେମ୍ବର ୧୪ ତାରିଖ ଶନିବାର ଦିନ ରୋଟାରୀ ଭବନ, କେନ୍ଦୁଝରଠାରେ ଏକ ସ୍ୱତନ୍ତ୍ର ପ୍ରେଗନାନସ ୱେଲନେସ ପ୍ରୋଗ୍ରାମ'' ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗର୍ଭବତୀ ମ
Diabetes


କେନ୍ଦୁଝର, ୧୪ ନଭେମ୍ବର (ହି.ସ.) - ବିଶ୍ୱ ମଧୁମେହ ଦିବସ ଅବସରରେ ରୋଟାରୀ କ୍ଲବ ଅଫ୍ କେନ୍ଦୁଝରଗଡ଼ ପକ୍ଷରୁ ନଭେମ୍ବର ୧୪ ତାରିଖ ଶନିବାର ଦିନ ରୋଟାରୀ ଭବନ, କେନ୍ଦୁଝରଠାରେ ଏକ ସ୍ୱତନ୍ତ୍ର ପ୍ରେଗନାନସ ୱେଲନେସ ପ୍ରୋଗ୍ରାମ' ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାରକୁ ଗର୍ଭାବସ୍ଥାରେ ମଧୁମେହ ସମ୍ପର୍କରେ ସଚେତନ କରିବା ସହିତ ମା' ଓ ଶିଶୁଙ୍କ ସୁସ୍ଥତା ପାଇଁ ଉପଯୁକ୍ତ ଖାଦ୍ୟପେୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଶାରୀରିକ ସୁସ୍ଥତା ଓ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସିଡ଼ିଏମଓ ଡାକ୍ତର ଧନେଶ୍ୱର ସେଠୀ ଯୋଗଦେଇ ଗର୍ଭକାଳୀନ ମଧୁମେହର କାରଣ, ଲକ୍ଷଣ ଓ ନିୟନ୍ତ୍ରଣ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ବିଶେଷକରି ଗର୍ଭାବସ୍ଥାରେ ମଧୁମେହର ଶୀଘ୍ର ଚିହ୍ନଟ ଓ ନିୟନ୍ତ୍ରଣ ମା' ଓ ଶିଶୁ ଉଭୟଙ୍କ ସୁସ୍ଥତା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ମା’ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ମମତା ରାଣୀ ଜେନା ଗର୍ଭାବସ୍ଥାରେ ଗେଷ୍ଟାସନାଲ ଡାଇବେଟିସ ର ପ୍ରଭାବ, ଏହାର ଚିହ୍ନଟ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗର୍ଭାବସ୍ଥା କେବଳ ଏକ ଶାରୀରିକ ପ୍ରକ୍ରିୟା ନୁହେଁ, ଏହା ମା’ ଓ ଶିଶୁ ଉଭୟଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତାର ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା। ଏଥିରେ ସ୍ୱାମୀଙ୍କ ସହଯୋଗ ଓ ପରିବାରର ସକାରାତ୍ମକ ପରିବେଶ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।

ଏହି ଅବସରରେ ଡାକ୍ତର ଭଓରତୀ ମଣି ବେହେରା, ସଭାପତି, ଆଇଏମଏ କେନ୍ଦୁଝର; ଡାକ୍ତର ସୁରେନ୍ଦ୍ର ନାଥ ସୋରେନ, ଏଚଓଡ଼ି, ଡିଡିଜିଏମସିଏଚ କେନ୍ଦୁଝର; ରୋଟାରିଆନ୍ ଡାକ୍ତର ଶ୍ରୀକାନ୍ତ ସୋରେନ; ଡାକ୍ତର ଶ୍ରୀଜା ଝାଜୋଡ଼ିଆ, ମେଡିସିନ୍ ବିଶେଷଜ୍ଞ ଏବଂ ଡାକ୍ତର ନାରାୟଣ ସନ୍ତୁକା, ଶିଶୁ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ଗର୍ଭବତୀ ମହିଳାମାନଙ୍କୁ ଗର୍ଭକାଳୀନ ମଧୁମେହର ପ୍ରଭାବ, ଏହାର ନିରାକରଣ ଓ ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରିଥିଲେ। ସେମାନେ କହିଥିଲେ ଯେ ଗର୍ଭାବସ୍ଥା କେବଳ ଏକ ଶାରୀରିକ ପ୍ରକ୍ରିୟା ନୁହେଁ, ଏହା ମା' ଓ ଶିଶୁ ଉଭୟଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତାର ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା। ଏଥିରେ ସମୟାନୁସାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିବାରର ସହଯୋଗ ମଧ୍ୟ ଅତ୍ୟନ୍ତ ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ନିରୁପମା ସ୍ୱାଇଁ , ସମ୍ପାଦିକା ଡାକ୍ତର ମମତା ରାଣୀ ଜେନା, ଅନ୍ୟ ରୋଟାରିଆନ୍ମାନଙ୍କ ମଧ୍ୟରେ ରାଜଲକ୍ଷ୍ମୀ ସ୍ୱାଇଁ, ଇଂ ଦେବବ୍ରତ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଅଶ୍ୱିନୀ କୁମାର ପଟ୍ଟନାୟକ, ଶ୍ରୀ ବିଜୟ ନାଥ କପୁର, ଡା. ମନସ ରଞ୍ଜନ ପଣ୍ଡା, ଶ୍ରୀ ମହେଶ ଚାୱଡ଼ା, ହରିହର ସାହୁ, ପ୍ରଭାତ ଭୂୟାଁ ଏବଂ ଏସ୍. ସି. ଖଟୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande